ନିଆରା ଢଙ୍ଗରେ ପାଳିତ ହେଲା ରଜ ଉତ୍ସବ ଝୁମର

ପୁରୀ – ପୁରୀ ଜିଲ୍ଲା ସ୍ୱେଚ୍ଛାସବୀ ସଂଗଠନ ଦ ବେଲ୍ ଓମେନ୍ସ କ୍ଲବ ତରଫରୁ ଭିନ୍ନ ଧାରା ରେ ପାଳିତ ହୋଇଛି ରଜ ମହୋତ୍ସବ । ସ୍ଥାନୀୟ ବାଲି ନୋଳିଆ ସାହି ଠାରେ ମା ପାଲମା ସେବା ସମିତି ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଛି ରଜ ମହୋତ୍ସବ “ଝୁମର୍ ” ୨୦୨୬। ମା ପାଲମା ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ କିଶୋରୀ ତଥା ଅଙ୍ଗନ୍ ୱାଡ଼ି କର୍ମୀ ଯୋଗ ଦେଇ ରଜ ଉତ୍ସବର ଆନନ୍ଦ ଉଠାଇ ଥିଲେ। ଏହି ଅବସରରେ ଦି ବେଲ୍ ଓମେନ୍ସ କ୍ଲବ ମହିଳା ସ୍ୱେଚ୍ଛାସେବୀ ମାନେ ଉତ୍ସବ କୁ ଆସିଥିବା କିଶୋରୀ ଓ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ ସହିତ ରଜ ସଜ ବଣ୍ଟନ କରି ଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କ୍ଲବ ସମ୍ପାଦିକା ସବିତା ହରିଚନ୍ଦନ କହିଥିଲେ ଯେ ସହର ତଳି ଅଞ୍ଚଳରେ ମହିଳା ଓ କିଶୋରୀ ମାନଙ୍କ ମଧ୍ୟରେ ନିଜସ୍ୱ ସ୍ୱଛତା ସମ୍ପର୍କିତ ଜ୍ଞାନ କମ ରହିବା ଫଳରେ ସେମାନଙ୍କ ବିଭିନ୍ନ ପ୍ରକାର ଶାରୀରିକ ଅସୁସ୍ଥତା ଦେଖା ଯାଏ । ତେଣୁ ସେମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମ ର ମୂଲ ଉଦ୍ଦେଶ୍ୟ। ଏହି ଅବସରରେ ଅନୁଷ୍ଠାନ ତରଫରୁ ଅଙ୍ଗନ ବାଡି ଦିଦି ଓ ମହିଳା ଗୋଷ୍ଠୀ ମାନଙ୍କୁ ସମ୍ମାନିତ କରାଯାଇ ଥିଲା। କିଶୋରୀ ମାନଙ୍କ ମଧ୍ୟରେ ପୁଚି,ମ୍ୟୁଉଜିକ ଚେୟାର,ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ ଉଦଘାଟନ କରି ଥିବା ବେଳେ , ଉପାଧ୍ୟକ୍ଷ ସୁକାନ୍ତ କୁମାର ପଣ୍ଡା ଓ ମୋନାଲିସା ଦାସ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନ ସମ୍ପାଦକ ରାଜ କିଶୋର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ରଜ ପାନ ,ପିଠା ମିଠା ଗୁପ ଚୁପ୍ ଇତ୍ୟାଦି ସମସ୍ତଙ୍କୁ ବଣ୍ଟନ କରାଯାଇ ଥିଲା। କ୍ଲବ ସଦସ୍ୟା ରାଜ ଲକ୍ଷ୍ମୀ ଦାସ,ବର୍ଷା ଦାସ,ବନିତା ଦୀକ୍ଷିତ ଓ ମା ପଲାମା ସେବସମିତି ସଦସ୍ୟ ସଦସ୍ୟା ଉତ୍ସବ ପରିଚାଳନା କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *