୩ ଜଣ କୁଖ୍ୟାତ ପେଷାଦାର ଅପରାଧିଙ୍କୁ ଗିରଫ କଲେ ପୁରୀ ଟାଉନ ଥାନା ପୋଲିସ

 ପୁରୀ :  ଅପରେସନ ଚକ୍ର ଅଭିଯାନ ରେ ୩ ଜଣ କୁଖ୍ୟାତ ପେଷାଦାର ଅପରାଧି ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ନିୟମିତ ଭାବରେ ମାଦକ ଦ୍ରବ୍ୟ ସେବନ କରି ଛୁରୀ ଦେଖାଇ ଉଠା ଦୋକାନୀ ଓ ଅଟୋ ଡ୍ରାଇଭରଙ୍କୁ ଭୟଭୀତ କରାଇ ସୋମାନଙ୍କଠାରୁ ଦାଦାବଟି ଆଦାୟ କରିବା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରି ସଙ୍ଗିନ୍ ଅଭିଯୋଗ ରହିଛି ସୋମାନଙ୍କ ନାମରେ। ସେମାନେ ହେଲେ ମନୋଜ ଭୋଇ, ଜଟିଆ ଓରଫ ମନୋରଞ୍ଜନ ପଣ୍ଡା ଓ ବନ୍ଧନ ମଲିକ ।ଟାଉନ ଥାନା କେସ ନମ୍ବର – ୫୬୮/୨୦୨୫, ଦଫା-୩୦୮(୪)/୩୦୮(୫)/୩୦୮(୬)/୧୩୨/୧୦୯(୧)/୩୫୧(୩)/୨୯୬/୩(୫) ରେ ଗିରଫ କରାଯାଇଛି ।

ଭୟରେ କେହି କିଛି ପ୍ରତିବାଦ କରନ୍ତି ନାହିଁ କି ଅଭିଯୋଗ ଦିଅନ୍ତି ନାହିଁ। ଆଜି ଦିନ ସମୟରେ ଟାଉନ ଥାନା ପୋଲିସ ନିଜ ଆଡୁ ଗୋଟିଏ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଛୁରୀ, ମୋବାଇଲ ଫୋନ୍ ଏବଂ ବେଆଇନ ଟଙ୍କା ଜବତ କରାଯାଇଛି । ଆଜି ସେମାନଙ୍କୁ ମାନ୍ୟବର ଏସଡ଼ିଜେଏମ୍, ପୁରୀ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଯାମିନି ନାମାଞ୍ଜୁର ହେବିରୁ , ସମସ୍ତ ଅପରାଧି ଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ସମସ୍ତ ଅପରାଧୀଙ୍କ ନାମରେ ପୂର୍ବରୁ ଆକ୍ରମଣ, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି।

Share the News .....

Leave a Reply

Your email address will not be published. Required fields are marked *