ପ୍ରାକ୍ ରଥଯାତ୍ରା ପ୍ରସ୍ତୁତିରେ ରକ୍ତଦାନ ଶିବିର ଗୁରୁତ୍ୱପୂର୍ଣ୍ଣ -ପ୍ରତୀକ ସିଂ

ପୁରୀ : ପ୍ରାକ୍ ରଥଯାତ୍ରା ପ୍ରସ୍ତୁତି ସମୟରେ କଳିଙ୍ଗ ବୈଶ୍ୟ ସଂଘ ପ୍ରାୟୋଜିତ ମେଗା ରକ୍ତଦାନ ଶିବିର ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପୁରୀ ର ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ। ସମର୍ପଣ,କଳିଙ୍ଗ ବୈଶ୍ୟ ଯୁବକ ସେବାସଂଘ, ହୋଟେଲ ଆସୋସିଏସନ୍ ପୁରୀ, ରୋଟାରୀ କ୍ଲବ ଜଗନ୍ନାଥ ଧାମ ଓ କଳିଙ୍ଗ ବୈଶ୍ୟ ମହିଳା ସଂଘ ର ମିଳିତ ସହଯୋଗରେ ହୋଟେଲ ହଲିଡେ ରିସୋର୍ଟ ହ୍ୱ।ଇଟ ହାଉସ ରେ ଅନୁଷ୍ଠିତ ମେଗା ରକ୍ତଦାନ ଶିବିର କୁ ଉଦଘାଟନ କରି ସେ କହିଥିଲେ ଯେ ଆଗାମୀ ରଥଯାତ୍ରା ସମୟରେ ସମସ୍ତ ଅନୁଷ୍ଠାନ, ପୁରୀ କୁ ଆସୁଥିବା ଭକ୍ତ -ପର୍ଯ୍ୟଟକଙ୍କୁ ଆତିଥେୟତା ଦେବେ। ହଲିଡେ ରିସୋର୍ଟ ର ପରିଚାଳନା ନିର୍ଦ୍ଦେଶକ ରାଜକିଶୋର ପାତ୍ରଙ୍କ ୭୫ଵର୍ଷ‌‌‌ ଜୟନ୍ତୀ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ପୁରୀ ନଗର ନିଗମର ଡେପୁଟି କମିଶନର ଅଭିମନ୍ୟୁ ବେହେରା, ସୂଚନା ଓ ଲୋକସମ୍ପର୍କ ବିଭାଗର ସହନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ପୁରୀ ଜରୁରୀକାଳିନ ଅଧିକାରୀ ଅନୁଶ୍ରବ ଗନ୍ତାୟତ , ଡକ୍ଟର ଅଭିମନ୍ୟୁ ଭୂୟାଁ ଓ ଶିଳ୍ପପତି ଭାସ୍କର ପାତ୍ର ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶତକ ରକ୍ତଦାତା ଡକ୍ଟର ବଦ୍ରି ମିଶ୍ରଙ୍କ ସଂଯୋଜନାରେ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରବି ନାରାୟଣ ସାହୁ, କୃଷ୍ଣଚନ୍ଦ୍ର ପାତ୍ର, ଜୟଦେବ ନାୟକ,ସୁବାସ ଚନ୍ଦ୍ର ପଣ୍ଡା, ପୁଷ୍ପା ରାଣୀ ପାତ୍ର,ଜୟନ୍ତୀ ମହାପାତ୍ର,ବିଭୁଦତ୍ତ ମିଶ୍ର,ସସ୍ମିତା ସୁବୁଦ୍ଧି, ମଧୁସୂଦନ ମିଶ୍ର,ସୌମ୍ୟରଞ୍ଜନ ପାତ୍ର, କେଦାରନାଥ ମହାପାତ୍ର, ବଳରାମ ପାତ୍ର, ସନ୍ତୋଷ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ରାଜକିଶୋର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ, ଓଡ଼ିଶାରେ ରକ୍ତଦାନ ସୁପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥିମାନେ ରକ୍ତବୀର ସୌମ୍ୟରଞ୍ଜନ ପାତ୍ରଙ୍କୁ ସମ୍ମାନିତ କରିଥିଲେ। ଭାରତୀୟ ରେଡ଼କ୍ରସ୍ ଓଡ଼ିଶା ଶାଖା ଓ ପୁରୀ ବ୍ଲଡବ୍ୟାଙ୍କ ଦ୍ୱାରା ଏହି ଶିବିରରୁ ମୋଟ ୧୩୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

Share the News .....

Leave a Reply

Your email address will not be published. Required fields are marked *