ଆଇନ ସଚେତନତା ଶିବିର

ପୁରୀ : ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଧେଶ ଅନୁଯାଇ ତା ୨୨.୯.୨୦୨୬ ରିଖରେ ଅପରାହ୍ନ ୧.୦୦ଘଟିକା ସମୟରେ ସୁରାଜମଲ ସାହା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ପୀଡ଼ିତା କ୍ଷତି ପୂରଣ ଯୋଜନା ଅନ୍ତର୍ଭୂକ୍ତ ଏସିଡ ଆକ୍ରମଣରେ ଶିକାର ହୋଇଥିବା ପିଡ଼ିତାଙ୍କୁ ଆଇନ ସହାୟତା ଓ ସାଇବର୍ ଆଇନ ସମ୍ପର୍କରେ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଅଛି । ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଏସିଡ ଆକ୍ରମଣରେ ଶିକାର ହୋଇଥିବା ପିଡ଼ିତାଙ୍କୁ କ୍ଷତିପୂରଣ ଦେବା , ଆକ୍ରମକାରୀଙ୍କୁ ଆଜୀବନ କାରାଦଣ୍ଡ ଓ ଜୋରିମାନା ହୋଇପାରେ ଏବଂ ପିଡ଼ିତାଙ୍କୁ ମାଗଣା ଆଇନ ଓ ସ୍ବାସ୍ଥ୍ୟ ସେବା ମିଳିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ବୋଲି ପ୍ରକାଶ କରିବା ସହିତ ପୀଡ଼ିତା କ୍ଷତିପୂରଣ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ଏବଂ ସାଇବର୍ ଆଇନ ସମ୍ପର୍କିତ ବିଭିର୍ନ ଆଇନ ବିଷୟରେ ସଚେତନ କରାଇବା ସହ, ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିର୍ନ ବିଧିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ ,ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର , ନ୍ୟାୟ ସଂଯୋଗ , ୧୫୧୦୦ ଏବଂ ସମୁଖ କାର୍ଜ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ,ସେହି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯକ୍ରମରେ ଡ଼ିଏସପି କଳ୍ପନା କାଉଁରୀ ସାଇବର୍ ଆଇନ ବିଷୟରେ ଛାତ୍ର, ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଆଜିର ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଅଧକ୍ଷ୍ୟ ଶ୍ରୀଯୁକ୍ତ ଧରଣିଧର ମୁଦୁଲି ଏବଂ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର , ଛାତ୍ରୀମାନେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
