ସୌଭାଗିନୀ ରାୟଙ୍କ ‘ଅବଧୂତ ଓ ଚବିଶି ଗୁରୁ’ ପୁସ୍ତକ ଲୋକାର୍ପିତ

ପୁରୀ : ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୌଭାଗିନୀ ରାୟ ଙ୍କ ରଚିତ ଗଦ୍ୟ ପୁସ୍ତକ ‘ଅବଧୂତ ଓ ଚବିଶ ଗୁରୁ’ ଲୋକାର୍ପିତ ହୋଇଯାଇଛି | ଶ୍ରୀମନ୍ଦିର ଉତ୍ତର ପଶ୍ଚିମ କୋଣ ସତସଙ୍ଗ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରବକ୍ତା ବାବା ସତ୍ୟାନନ୍ଦ ଦାସ ମହାରାଜ,ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର,ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ, ମହିପ୍ରକାଶ ମଠ ମହନ୍ତ ଶୁଭାନନ୍ଦ ପୁରୀ,ଗଙ୍ଗାମାତା ମଠ ମହନ୍ତ ବଳରାମ ଦାସ ଗୋସ୍ୱାମୀ, ବ୍ରହ୍ମ ଜଗନ୍ନାଥ ମିଶନ ର ଅଧ୍ୟକ୍ଷ କ୍ୟାପଟେନ ସଂଜୀବ କୁମାର ମୁଦୁଲି, ଅଭିନନ୍ଦନିକା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଉପସ୍ଥିତ ରହି ପୁସ୍ତକକୁ ଲୋକାର୍ପଣ କରିଥିଲେ | ଶ୍ରୀମଦ ଭାଗବତର ଏକାଦଶ ସ୍କନ୍ଧରେ ଅବଧୂତ କିପରି ଚବିଶିଗୁରୁ ବରଣ କରିଛନ୍ତି ଓ ସେମାନଙ୍କ ନିକଟରୁ କି କି ଶିକ୍ଷା ଲାଭ କରିଛନ୍ତି ଓ ତଦନୁସାରେ କାର୍ଯ୍ୟ କରି କେତେଦୂର ଉପକୃତ ହୋଇଛନ୍ତି ଏହି ଭାବ, ଦର୍ଶନ ଓ ପ୍ରସଙ୍ଗ କୁ ନେଇ ଏହି ପୁସ୍ତକ ପ୍ରକାଶିତ ହୋଇଛି ବୋଲି ଲେଖିକାଶ୍ରୀମତୀ ରାୟ ମତବ୍ୟକ୍ତ କରିଥିଲେ | କାର୍ଯ୍ୟକ୍ରମରେ ପୁରୀର ବହୁ ମଠାଧୀଶ, ସାଧୁ ସନ୍ଥ,ସେବାୟତ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ |

Share the News .....

Leave a Reply

Your email address will not be published. Required fields are marked *