ହୋପ ଇଜ୍ ଲାଇଫ ଜରାନିବାସରେ ରଜପର୍ବ ପାଳିତ

ପୁରୀ : ରବିବାର ଦିନ ଓଡ଼ିଶାର ଗଣପର୍ବ ରଜର ପ୍ରଥମ ଦିନ ଥିଲା ।ତିନି ଦିନିଆ ଏହି ରଜପର୍ବ ପାଇଁ ଓଡ଼ିଶାର ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଉତ୍ସବ ମୁଖର ହୋଇଥିଲା। ପିଠା ପଣା,ପାନ,ରଜ ଦୋଳି ରେ ମହକି ଉଠିଥିଲା ଓଡିଶାର ଗାଁ ଓ ସହର। ପୁରୀ ବେଲଦଳ ସ୍ଥିତ ଜରାଶ୍ରମ ହୋପ ଇଜ ଲାଇଫର ସମସ୍ତ ଅନ୍ତେବାସୀ ଙ୍କ ଗହଣରେ ପୋଡପିଠା କାଟି ରଜପର୍ବ ପାଳନ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ହୋପ ଇଜ ଲାଇଫ ର ଅନ୍ତେବାସୀ ଙ୍କ ସହ ଆଳାପ କରିବା ସହ ରଜପର୍ବର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେହିପରି ସେମାନଙ୍କ ଅଭିଜ୍ଞତା, ଅନୁଭବ ଇତ୍ୟାଦି ପଚାରି ବୁଝିଥିଲେ। ପୋଡପିଠା ଖାଇ ସମସ୍ତେ ଖୁସି ଅନୁଭବ କରିଥିଲେ। କାର୍ଯ୍ୟକ୍ରମ ରେ ହୋପ ଇଜ ଲାଇଫ ର ପରିଚାଳକ ସୁରେଶ ଚନ୍ଦ୍ର ନନ୍ଦ, ଉପ ସଭାପତି ଶଶିକଳା ନାୟକ, ମାନସ ମହାନ୍ତି, ମିନତି ଜେନା, ରଶ୍ମି ମହାନ୍ତି, ଚିନ୍ମୟୀ ନନ୍ଦ, ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

Share the News .....

Leave a Reply

Your email address will not be published. Required fields are marked *