ଅପରେସନ୍ ଚକ୍ର : ମୁଖ୍ୟ ଅଭିଯୁକ୍ତ ସୋମନାଥ ରାଉତ ସହ ୧୪ ଜଣ ଜୁଆଡି ଗିରଫ

ପୁରୀ : ପୁରୀ ଜିଲ୍ଲା ପୋଲିସ ଦ୍ୱାରା ବେଆଇନ ଜୁଆ ଖେଳ ବିରୋଧରେ ବିଶେଷ ଅଭିଯାନ “ଅପରେସନ୍ ଚକ୍ର” ଅଧୀନରେ ଜାରି ରହିଛି। ଏହି ଅଭିଯାନରେ ସଦର ଥାନା ପୋଲିସ ଦ୍ବାରା 18/19 ଅକ୍ଟୋବର 2025 ର ମଧ୍ୟରାତ୍ରିରେ ସୂଚନା ଆଧାରରେ ଖଡିପଦା ଗାଁରେ ଚଢାଉ କରାଯାଇଥିଲା। ପୁରୀ ସଦର ଥାନା କେସ୍ ନମ୍ବର–636/2025, ତାରିଖ–19.10.2025, ଧାରା–3 ଓଡ଼ିଶା ପ୍ରତିଷେଧ ଜୁଆ ଆଇନ (OPG Act) ସହିତ ଧାରା–4 Prize Chits and Money Circulation Schemes (Banning) Act, 1978 ଅନୁସାରେ ମାମଲା ରେଜିଷ୍ଟର ହୋଇଛି।ଚଢାଉ ସମୟରେ 14 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କ ପାଖରୁ ବହୁଳ ପରିମାଣର ଟଙ୍କା ଓ ଅନ୍ୟାନ୍ୟ ପ୍ରମାଣ ଜବତ ହୋଇଛି। ମୁଖ୍ୟ ଅଭିଯୁକ୍ତ ଜଟିଆ ଓରଫ ସୋମନାଥ ରାଉତକୁ ସଦର ଥାନା ପୋଲିସ ଗିରଫ କରିଛନ୍ତି।

ପୋଲିସ ଦ୍ବାରା 7,71,600 ଟଙ୍କା ସହ ଜୁଆ ପାଇଁ ବ୍ୟବହୃତ 12 ପ୍ୟାକେଟ୍ କାର୍ଡ ଓ 60 ପ୍ଲାଷ୍ଟିକ୍ ଟୋକେନ୍, ଦୁଇଟି ଚାରିଚକିଆ ଗାଡ଼ି , ଛଅଟି ଦୁଇଚକିଆ ଗାଡ଼ି ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମାନସ ପ୍ରଧାନ , ବିଜୟ କୁମାର ସ୍ୱାଇଁ , ପ୍ରମୋଦ କୁମାର ମହାନ୍ତି , ମଧୁସୂଦନ ପ୍ରଧାନ, ଅମିତ କୁମାର ସାହୁ , ପ୍ରମୋଦ ବରାଳ , ପବିତ୍ର ମଲିକ , ଧୃବଲୋଚନ ବଲିଆରସିଂହ , ଲକ୍ଷ୍ମୀଧର ବାରିକ, ଜଗନ୍ନାଥ ସାହୁ , ପ୍ରଦୀପ୍ତ କୁମାର ଦାଶ , ପିଣ୍ଟୁ ମାଝି , ରାଜେଶ ବେହେରା ଏବଂ ପ୍ରସନ୍ନ କୁମାର ନାହାକ ।

ପୁରୀ ପୋଲିସ ଅବୈଧ କାର୍ଯ୍ୟକଳାପ ଉପରେ କଠୋର କାର୍ଯ୍ୟନୁଷ୍ଠାନ ଜାରି ରଖିବା ସହ ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିପାରିଛନ୍ତି।

Share the News .....

Leave a Reply

Your email address will not be published. Required fields are marked *