ପୁରୀ ପୌରପାଳିକା ଅଦ୍ୱୀକା ପ୍ରତିଭା ଚୟନ ଅନୁଷ୍ଠିତ

ପୁରୀ : ପୁରୀ ପୌରପାଳିକା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଅଦ୍ୱୀକା କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିଭା ଚୟନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ପିଲା ମଧ୍ୟରେ ପ୍ରତିଭା ରହିଛି, ଏହାର ଉନ୍ମେଷ ଓ ବିକାଶ ପାଇଁ ପିତା ମାତା, ଅଭିଭାବକ, ଗୁରୁ ମାନେ ଉଦ୍ୟମ କରିବା ଆବଶ୍ୟକ। ଅନେକ ସମୟରେ ପିଲା ମାନଙ୍କ ପ୍ରତି ଚାପ ସୃଷ୍ଟି କରି ପିତାମାତା ନିଜର ଇଛା କୁ ତାଙ୍କ ଉପରେ ଲଦି ଦିଅନ୍ତି। ଯାହା ତାହାର ପ୍ରାକୃତିକ ପ୍ରତିଭା କୁ ପ୍ରଭାବିତ କରିଥାଏ । ପିଲାଙ୍କ ଇଛା ଓ ଆଗ୍ରହକୁ ସମସ୍ତେ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ। ପୌରପାଳିକାର ସିଡିପିଓ ବିନୋଦିନୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ରାଜ କିଶୋର ସାହୁ, ମମତାର ଡିପିସି ପ୍ରଣତୀ ମହାନ୍ତି ପ୍ରମୁଖ ଯୋଗ ଦେଇ କିଶୋର କିଶୋରୀ ମାନଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ପାଇଁ ଅନୁରୋଧ କରିଥିଲେ।ପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ରେ ପୋଷଣର ବି ସି ସର୍ବଶ୍ରୀ ପୃଷ୍ଟି, ପିଏ ପ୍ରଜ୍ଞା ପ୍ରିୟଦର୍ଶିନୀ, ସୁପରଭାଇଜର ପ୍ରଣତୀ ଚିନାରା,ଅଞ୍ଜଳି ମଲ୍ଲିକ,ଅଙ୍ଗନବାଡି କର୍ମୀ, ସହାୟକ ଓ କିଶୋରୀ ମାନେ ଯୋଗ ଦେଇଥିଲେ।
