ମା’ ଶ୍ୟାମାକାଳୀ ଓ ଦକ୍ଷିଣ କାଳୀ ଙ୍କ ପୂଜା ଉତ୍ସବ ।

ପୁରୀ : ଗୋଟିଏ ଛାତ ତଳେ ମା’ଶ୍ୟାମାକାଳୀ ଓ ଦକ୍ଷିଣ କାଳୀଙ୍କ ପୂଜା ଉତ୍ସବ ମହାଆନନ୍ଦରେ ଆଜି ପୁରୀ ଜିଲ୍ଲା ସର୍ବ ଧର୍ମ ସମ୍ମନ୍ଵୟ ପୀଠ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ପରିସରରେ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ବାବଧାନରେ ପାଳିତ ହୋଇଯାଇଛି। କିମ୍ବଦନ୍ତୀ କୁହେ ସେତେବେଳେ ବାଙ୍କିର ମା’ ଚର୍ଚ୍ଚିକା ଙ୍କ ନିକଟରେ ମାତୃ ଉପାସକ ପ୍ରେମାଚାର୍ୟ୍ଯ ବାବା ମଧୁସୂଦନ ନିମ୍ବ ପତ୍ର ବଟା ଗୋଟିଏ ବାଟୁଳା ଖାଇ ୨୧ ଦିନ ସାଧନା ସମୟରେ, ମା’ ଙ୍କ ଆଶିର୍ବଚନ ଥିଲା, ଏ ଜଗତର ସମସ୍ତ ନାରୀ ଜାତିକୁ ମାତୃ ରୂପେ ଆରାଧନା କରି ଲକ୍ଷ୍ୟ ପଥରେ ଆଗେଇବାକୁ। ସେହି ଆଶ୍ରିର୍ବଚନକୁ ଆଧାର କରି ଶକ୍ତି ପୂଜା ପାଇଁ ଏହି ପୀଠରେ ୧୯୪୧ ମସିହା ରେ ବାବା ମଧୁସୂଦନ ପ୍ରତିଷ୍ଠା କରିଥିଲେ ମା’ଙ୍କ ମନ୍ଦିର। ସେହି ଦିନ ଠାରୁ ପୂଜା ପାଉଛନ୍ତି ଏହି ପୀଠରେ ମା’ଶ୍ୟାମାକାଳୀ ଓ ଦକ୍ଷିଣ କାଳୀ।

ଏହି ଉପଲକ୍ଷେ ପ୍ରତ୍ୟୁସରୁ ମାଆଙ୍କ ମହାସ୍ନାନ କରାଯିବା ପରେ ବାବାଜୀ ଅକ୍ଷୟ କୁମାର ଦାସ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା, ଚଣ୍ଡୀ ପାଠ, ପାର୍ଶ୍ଵ ଦେବତା, ସୂର୍ଯ୍ୟ ପୂଜା, ଗୋ ମାତା ପୂଜା କରାଯାଇଥିଲା। ପହିଲି ଭୋଗ, ରାଜଭୋଗ ଓ ପଣା ଭୋଗ ଲାଗି ହୁଏ। ପଣ୍ଡିତ ଶରତ ମିଶ୍ର ସନ୍ଧି ପୂଜା କରିଥିଲେ। ସନ୍ଧ୍ୟା ରେ ଆଳତୀ ଦର୍ଶନ ପରେ ଅଖଣ୍ଡ ନାମ ଓ ଭଜନ କରାଯାଇଥିଲା। ଏଥିରେ ସେବିକା ସବିତା ଦାସ, ଶକୁନ୍ତଳା ଦାଶ, ବାସନ୍ତୀ ମା, ଅନୁ ମା, ସୁକ ମା, ଶାନ୍ତି ମା, ବୀଣା ମା, ସନ୍ତୋଷ ସାହୁ, ଧୋଵେଇ ଭାଇ, ଚରଣ ଭାଇ, ଟୁଲୁ ଭାଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ମା’ ନିକଟରେ ପାଣି କଖାରୁ ବଳି ଦିଆ ଯାଇଥିଲା। ଚଳିତ ମାସ ୨୨ ତାରିଖ ରେ ଗିରି ଗୋବର୍ଦ୍ଧନ ପୂଜା ରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେବାକୁ ପ୍ରଚାର ପ୍ରସାର ସେବକ ପ୍ରୀତି ରଞ୍ଜନ ଦାସ ସୂଚନା ଦେଇଛନ୍ତି।
