ମହାବିଷୁବ ସଂକ୍ରାନ୍ତିରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ‘ଦହି ପଣା’ କାର୍ଯ୍ୟକ୍ରମ

ବ୍ରହ୍ମଗିରି : ଓଡ଼ିଆ ନବବର୍ଷ ତଥା ମହାବିଷୁବ ପଣାସଂକ୍ରାନ୍ତି ଉତ୍ସବ ଉପଲକ୍ଷେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆୟୋଜନ କରାଯାଇଥିବା ‘ଦହି ପଣା’ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ପଥଚାରୀଙ୍କ ଶୋଷ ମେଣ୍ଟାଇବା ପାଇଁ କରାଯାଉଥିବା ଏକ ପବିତ୍ର ସାମାଜିକ ଓ ଧାର୍ମିକ ସେବା।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ୱାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷ ରତ୍ନାବାଳା ବେହେରା, ଉପାଧ୍ୟକ୍ଷ ମାଳିନୀ ଦଲେଇ, ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ସରପଞ୍ଚଙ୍କ ପ୍ରତିନିଧି ନନ୍ଦ ବିଶ୍ୱାଳ, ବେଣ୍ଟପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସର୍ବେଶ୍ୱର ପଲାଇ, କୁସୁବେଣ୍ଟ ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ବୃନ୍ଦାବନ ପ୍ରଧାନ, ନିଆଜପୁର ପଞ୍ଚାୟତ ସମିତି ସଭ୍ୟ ସୁକଦେବ ପଟ୍ଟନାୟକ, ଆମ୍ବପଡ଼ା ପଞ୍ଚାୟତ ସମିତି ସଭ୍ୟ ସଞ୍ଜୟ ପ୍ରଧାନ, ବରିଷ୍ଠ ଆଇନଜୀବୀ ଭାସ୍କର ଜେନା ଏବଂ ବିଜୁ ଜନତା ଦଳର ବରିଷ୍ଠ ନେତା ଭଗବାନ ନାୟକ ପ୍ରମୁଖ ଉପସ୍ଥିତ ରହି ପଥଚାରୀଙ୍କୁ ‘ଦହି ପଣା’ ବଣ୍ଟନ କରିଛନ୍ତି।

Share the News .....

Leave a Reply

Your email address will not be published. Required fields are marked *