କଳିଙ୍ଗ ସ୍ମାର୍ଟସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ

ପୁରୀ : କ୍ଷେତ୍ରମୋହନ ଫାଉଣ୍ଡେସନ ଆନୁକୂଲ୍ୟରେ ରେ କଳିଙ୍ଗ ସ୍ମାର୍ଟ ସ୍କୁଲ ଓ ପ୍ରିମିୟର ଇନଷ୍ଟିଚ୍ୟୁଟ ଅଫ କମ୍ପୁଟର ଷ୍ଟଡିଜର ଅଷ୍ଟମ ତମ ବାର୍ଷିକ ଉତ୍ସବ ଭୋଳାନାଥ ବିଦ୍ୟାପୀଠ ପରିସରରେ ପାଳିତ ହୋଇଯାଇଛି l ବିଦ୍ୟାଳୟ ପ୍ରିନସିପାଲ ମିସ ପ୍ରଜ୍ଞାଶୁଭମିତା ପ୍ରତିହାରୀ ସ୍ୱାଗତ ଭାଷଣ ଓ ଅଥିତି ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ଲାୟନ ସଞ୍ଜୟ କୁମାର ପ୍ରଧାନ ବାର୍ଷିକ ବିବରଣୀ ଓ ସ୍କୁଲର ଲକ୍ଷ୍ୟ ଓ ଉଦେଶ୍ୟ ବର୍ଣନା କରିଥିଲେ l ବିଦ୍ୟାଳୟ ଅଭ୍ୟର୍ଥନା କମିଟି ଅଧକ୍ଷ ସିଦ୍ଧାର୍ଥ ରାୟ ପୋରହିତ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇଥିଲେ l ମୁଖ୍ୟବକ୍ତା ଭାବେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠି ଯୋଗ ଦେଇ ପିଲାମାନଙ୍କ ଭବିଷ୍ୟତ ଗଠନରେ ବିଦ୍ୟାଳୟ ସହିତ ପରିବାର ଲୋକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ତେଣୁ ପିତା ମାତା ତଥା ଗୁରୁଜନ ମାନେ ନିଜ ଆଚରଣ ଓ ଉଚ୍ଚାରଣରେ ସମାନତା ରଖିଲେ ହିଁ ପିଲାମାନେ ସଠିକ୍ ଶିକ୍ଷା ଲାଭ କରିବେ ବୋଲି କହି ଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଉତ୍କଳ ବିଦ୍ୟୁତ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ ରଥ,ସମାଜସେବୀ ଚକ୍ର ଧର ମହାପାତ୍ର ଯୋଗ ଦେଇ ଅନୁଷ୍ଠାନ ପ୍ରତିଷ୍ଠାତ୍ରି କୁନ୍ତଳା ପ୍ରଧାନଙ୍କୁ ଶ୍ରାଧାସୁମନ୍ ଅର୍ପଣ କରିବା ସହିତ ଅନୁଷ୍ଠାନର ଉତ୍ତରର ଉନ୍ନତି କାମନା କରିଥିଲେ। ଏହି ଅବସରରେ ଓଡ଼ିଆ ସିନେ ଜଗତର ବରିଷ୍ଠ କଳାକାର ଶ୍ରୀଯୁକ୍ତ କେଦାର ମିଶ୍ରଙ୍କୁ କଳିଙ୍ଗ କଳା ଓ ସଂସ୍କୃତି ସମ୍ମାନ, ଦ ବେଲ୍ ଏକଲବ୍ୟ ପାଠ ଶାଳାର ଗୁରୁ ଶ୍ରୀ ଉମେଶ ଚନ୍ଦ୍ର ଦାସଙ୍କୁ କଳିଙ୍ଗ ଗୁରୁ ସମ୍ମାନ,ସମାଜସେବୀ ସଂଜୀବ ସାହୁଙ୍କୁ କଳିଙ୍ଗ ସେବା ସମ୍ମାନ ,ସକାଳ ଖବର କାଗଜର ପୁରୀ ବ୍ୟୁର ଚିଫ ହେମନ୍ତ କୁମାର ନାୟକଙ୍କୁ କଳିଙ୍ଗ ଗଣମାଧ୍ୟମ ସମ୍ମାନ,ସାମାଜିକ ଅନୁଷ୍ଠାନ ହ୍ୟପିନେସ ଫାଉଣ୍ଡେସନକୁ କଳିଙ୍ଗ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଏହି ପ୍ରତିଯୋଗିତା ର ବିଚାରକ ଭାବେ ଶ୍ରୀଯୁକ୍ତ ଲୋକନାଥ ସୁବୁଦ୍ଧି, ଶ୍ରୀଯୁକ୍ତ ସୁରଜିତ ମହାପାତ୍ର, ଶ୍ରୀମତୀ ସସ୍ମିତା ଜେନା ଓ ଲୋପାମୁଦ୍ରା କରଙ୍କୁ ମଞ୍ଚରେ ବିଚାରକ ଭାବେ ସାମନିତ କରାଯାଇଥିଲା l ପୃଥ୍ୱୀରାଜ ଜେନାମଞ୍ଚ ପରିଚାଳନା କରିଥିଲେ।ଅନୁଷ୍ଠାନର ତରଫରୁ ସୁକାନ୍ତ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଉତ୍ସବକୁ ବିଦ୍ୟାଳୟର ସମ୍ପାଦକ ଶ୍ରୀ ଅନିଲ କୁମାର ସାହୁ, ସାଗରିକା ପ୍ରଧାନ, ଜ୍ଞାନଜ୍ୟୋତି ସିଂ, ଐଶ୍ୱରିୟା ମହାନ୍ତି, ଲିପ୍ସା ମହାନ୍ତି, ସନ୍ଧ୍ୟାରାଣୀ ବାରିକ, ବିଶ୍ୱଜିତା ମିଶ୍ର, ମନ୍ଦାକିନୀ ପରିଡା, ସୁବସ୍ମିତା ପ୍ରଧାନ, ବିପ୍ଳବ କିଶୋର ରଥ, ବିପିନ ଭୋଇ ଓ PICS ର ଛାତ୍ରଛାତ୍ରୀ ମାନେ ପରିଚାଳନା କରି ଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷୟତ୍ରୀ ଓ ଅଭିଭାବକ ମା ମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥଲେ।

Share the News .....

Leave a Reply

Your email address will not be published. Required fields are marked *