ଲାଇଫ ଗାର୍ଡ ଙ୍କ ସହ ଜିଲ୍ଲାପାଳ ଙ୍କ ଆଲୋଚନା

ପୁରୀ : ପ୍ରତ୍ୟେକ ଟି ଜୀବନ କୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ।ବିଶେଷ କରି ସମୁଦ୍ରରେ ସ୍ନାନ ବେଳେ ବୁଡି ଯିବାର ଆଶଙ୍କା ଥିବାରୁ ସେମାନଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ ଓ ତାହା କୁ ଭଲ ଭାବେ ତୁଲାଇ ପାରନ୍ତି ଲାଇଫ ଗାର୍ଡ ମାନେ। ସମ୍ପ୍ରତି ସମ୍ଭାବ୍ୟ ବାତ୍ୟାର ଆଶଙ୍କା ପରିପ୍ରେକ୍ଷୀରେ ସମୁଦ୍ର କୂଳକୁ ଆସୁଥିବା ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆହ୍ବାନ ଦେଇଥିଲେ। ଆଜି ପୂର୍ବାହ୍ନରେ ଗୋଲଡେନ ଟ୍ରି ହୋଟେଲ ସମ୍ମୁଖ ସମୁଦ୍ର କୂଳରେ ଜିଲ୍ଲାପାଳ ଶ୍ରୀ ପରିଡା ସମସ୍ତ ଲାଇଫ ଗାର୍ଡ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ବିଭିନ୍ନ ସହାୟତା ଉପକରଣ ଗୁଡିକୁ ଦେଖିଥିଲେ।

ବିପର୍ଯ୍ୟୟ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ତେଣୁ ଆମେ ସମସ୍ତେ ଉଦ୍ୟମ କରିବା ପ୍ରତିଟି ଜୀବନ ଓ ଧନ କୁ ସୁରକ୍ଷିତ ପାଇଁ ବୋଲି କହିବା ସହ ସେମାନଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ଜିଲ୍ଲାପାଳ ପଚାରି ବୁଝିଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସହକାରୀ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଙ୍କ ସହ ଶତାଧିକ ଲାଇଫ ଗାର୍ଡ ଯୋଗ ଦେଇଥିଲେ।

Share the News .....

Leave a Reply

Your email address will not be published. Required fields are marked *