ମହିଳା ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ

ପୁରୀ : ମହିଳା ଦିବସ ଉପଲକ୍ଷେ ମହିଳା ମାନଙ୍କୁ ସଶକ୍ତ ତଥା ସୁସ୍ଥ ରଖିବା ଲକ୍ଷ୍ୟରେ ଶୁକ୍ରବାର ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଛି ଯୋଗ ଶିବିର। କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଉଦଘାଟନ କରିବା ସହ ଯୋଗ ଦ୍ଵାରା ଶାରିରୀକ ସୂସ୍ଥତା ଓ ମାନସିକ ସ୍ଥିରତା ଦୃଢ ହୋଇଥାଏ ବୋଲି କହିଥିଲେ। ନିୟମିତ ଯୋଗ, ଧ୍ୟାନ, ପ୍ରାଣାୟମ, ଚାଲିବା ଅଭ୍ୟାସ ସମସ୍ତଙ୍କୁ ସୁସ୍ଥ ରଖିବା ସହ ଅସୁସ୍ଥତା ବଶତଃ ଆର୍ଥିକ କ୍ଷତିରୁ ମଧ୍ୟ ସୁରକ୍ଷା ଦେଇଥାଏ ବୋଲି ସେ ମତ ଦେଇଥିଲେ। ପରେ ଜୁମ୍ବା, ଏରୋବେଟିକ୍ସ, ପାରମ୍ପରିକ ନୃତ୍ୟ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା କ୍ରୀଡାଅଧିକାରୀ ଚନ୍ଦନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଯୋଗ ପ୍ରଶିକ୍ଷକ ଆଲୋକ କୁମାର ସ୍ୱାଇଁ, ଜୁମ୍ବା ନୃତ୍ୟଗୁରୁ ବିକ୍ରମ ଦେବନାଥ ଓ ସାଥୀ ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଆସନ୍ତା ୭ ତାରିଖରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ଆତ୍ମସୁରକ୍ଷା, ନେତୃତ୍ୱ ନେବା ଶୈଳୀ ଓ କ୍ୟାରିଅର ଗଠନ ସଚେତନତା, ଜୁଡୋ,କରାଟେ, ବକ୍ସିଂ ଇତ୍ୟାଦି ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ସେହିପରି ୮ ତାରିଖ ଶେଷ ଦିନ ଅର୍ଥାତ ମହିଳା ଦିବସରେ ଏକ ମାରାଥନ ଅନୁଷ୍ଠିତ ହେବ।

Share the News .....

Leave a Reply

Your email address will not be published. Required fields are marked *