ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି” ମଣତି ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି” ମଣତି ପାଇଁ ପ୍ରସ୍ତୁତି ବୈଠକ ଅପରାହ୍ନ ଘ.୧.୩୦ ମି. ସମୟରେ ଶ୍ରୀମନ୍ଦିର ସଭା କକ୍ଷ ଠାରେ ମାନ୍ୟବର ଆଇନ୍ ମନ୍ତ୍ର ଶ୍ରୀଯୁକ୍ତ ପୃଥୀରଜ୍ ହରିଚନ୍ଦନ ମହୋଦୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ଆସନ୍ତା ତା୨୫.୩.୨୦୨୬ ରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା “ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି” ସମ୍ପର୍କିତ ପୂର୍ବ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମୀକ୍ଷା ବୈଠକ ରେ ହୋଇଥିଲା | ମାନ୍ୟବର ଆଇନ୍ ମନ୍ତ୍ରୀଙ୍କ ସୂଚନା ଅନୁସାରେ ରତ୍ନ ଗୁଡିକୁ ପ୍ରାରମ୍ଭରେ ୧୯୭୮ ମସିହା ତାଲିକା ଅନୁସାରେ ଯାଞ୍ଚ କରାଯିବ ଏବଂ ପୂର୍ବ ଗଣନା ରେ ଅନେକ ରତ୍ନର ନାମ ଉଲ୍ଲେଖ କରାଯାଇନାହିଁ ସେଗୁଡିକୁ ଯେମଲୋଜିଷ୍ଟ ଯାଞ୍ଚ ପରେ ଚି଼ହ୍ନଟ ଏବଂ ଫୋଟୋ ଗ୍ରାଫି କରାଯିବ |ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଯେମିତି ରତ୍ନ ଗୁଡିକ ସୁରକ୍ଷିତ ରହିବ ସେ ନେଇ ପ୍ରସ୍ତୁତି କରାଯାଇଛି |ଏହି ଗଣତି ମାଣତି ପାଇଁ ଫୋଟୋ ଗ୍ରାଫର, ଯେମିଲୋଜିଷ୍ଟ ଙ୍କୁ ସାମିଲ କରାଯାଇଛି |ଗଣତି ସମୟରେ ନୀତିକାନ୍ତି ଓ ଭକ୍ତ ଙ୍କ ଦର୍ଶନ ଯେପରି ପ୍ରଭାବିତ ନ ହେବ ଓ ଶୃଙ୍ଖଳିତ ହେବ ସେ ନେଇ ପ୍ରସ୍ତୁତି କରାଯାଇଛି |

Share the News .....

Leave a Reply

Your email address will not be published. Required fields are marked *