ଅବସର ଦିନ ୭ଜଣଙ୍କୁ ପୂର୍ଣ୍ଣାଙ୍କ ପେନସନ ପ୍ରଦାନ

ପୁରୀ : ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟ କରୁଥିବା ସାତ ଜଣ କର୍ମଚାରୀଙ୍କୁ ଫେବୃଆରୀ ମାସରେ ଅବସର ନେଇଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ମାସର ଶେଷ ଦିବସରେ ସେମାନଙ୍କର ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରିଛନ୍ତି ! ଶ୍ରୀ ପାଢ଼ୀ କର୍ମଚାରୀଙ୍କୁ ଅବସରଦିନ ସେମାନଙ୍କର ପୂର୍ଣ୍ଣାଙ୍ଗ ପେନସନ ଦେବାପାଇଁ ସବୁବେଳେ ଚେଷ୍ଟିତ ! ଏହାଦ୍ୱାରା ଜିଲ୍ଲାର ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଆନନ୍ଦ ସୃଷ୍ଟି କରିବା ସହିତ ଶିକ୍ଷାଧିକାରୀଙ୍କ ଉଦ୍ୟମ ପ୍ରଶଂସନୀୟ ଅଟେ ! ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀ ମାନେ ହେଲେ ସୁରେନ୍ଦ୍ର କୁମାର ଦଳାଇ (ପ୍ରଧାନ ଶିକ୍ଷକ), ନାରାୟଣ କର (ହିନ୍ଦୀ ଶିକ୍ଷକ), ନିର୍ମଳ କୁମାରୀ ନାୟକ (ସହକାରୀ ଶିକ୍ଷକ), ଅଭିମନ୍ୟୁ ଜେନା (ଚତୁର୍ଥ ଶ୍ରେଣୀ କର୍ମଚାରୀ), ସହଦେବ ପରିଡା (ଚତୁର୍ଥ ଶ୍ରେଣୀ କର୍ମଚାରୀ), ପ୍ରଭାକର ନାୟକ (ଚତୃର୍ଥ ଶ୍ରେଣୀ କର୍ମଚାରୀ) ସୁଦର୍ଶନ ଲେଙ୍କା (ଚତୃର୍ଥ ଶ୍ରେଣୀ କର୍ମଚାରୀ) ।

Share the News .....

Leave a Reply

Your email address will not be published. Required fields are marked *