ଓଡ଼ିଶା ପାଇଁ ଗର୍ବ ଆଣିଲେ ଓଡ଼ିଶା ଟ୍ରାଂଶମ୍ୟାନ କ୍ରିକେଟ ଦଳ

ପୁରୀ : lovely professional University ପଞ୍ଜାବ ଠାରେ ଆୟୋଜିତ National Transgender Person national cricket tournament ରେ ଭାଗନେଇ ଓଡ଼ିଶାର Trans Men କ୍ରିକେଟଦଳ runners-up ପାଇ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଏଥି ପାଇଁ ଏକ ଚଉଦଜଣିଆ ଟ୍ରାନ୍ସ ଦଳ ୧୨ ତାରିଖ ପଞ୍ଜାବ ଗସ୍ତ କରି ଥିଲେ। ଏହି ଦଳ ପଚିଶ ତାରିଖ ପୁରୀ ଫେରିବାପରେ ସେମାନଙ୍କୁ ଦ ବେଲ୍ ଅନୁଷ୍ଠାନ ତରଫରୁ ସ୍ଥାନୀୟ ୟୁଥ୍ ହଷ୍ଟେଲ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା। ସେମିଫାଇନାଲରେ କର୍ଣ୍ଣାଟକକୁ ୪୭ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରି ଥିଲେ ଓଡ଼ିଶା ଦଳ । ଫାଇନାଲ ମ୍ୟାଚରେ କେରଳ ସହିତ ମୁହାଁମୁହିଁ ହୋଇ ମାତ୍ର ୨ ରନ ରେ ପରାସ୍ତ ହେଇ runners-up ରେ ସନ୍ତୁଷ୍ଟ ହେବାକୁ ପଡି ଥିଲା ଓଡ଼ିଶାକୁ। ମାତ୍ର ଦୁଃଖର ବିଷୟ ଦୀର୍ଘ ଦୁଇବର୍ଷଧରି ଓଡ଼ିଶା ଟ୍ରାନସ୍ ମେନ୍ ଏହି ପ୍ରତିଯୋଗିତାରେ ଭାଗ ନେଉ ଥିଲେ ମଧ୍ୟ ଏଥିପାଇଁ ଯେଉଁ ଅର୍ଥର ଆବଶ୍ୟକତା ରହୁଚି ତାହା ରାଜ୍ୟ ସରକାର ,ଜିଲ୍ଲା ପ୍ରଶାସନ ବା ନେତା ମନ୍ତ୍ରୀ ପାଖକୁ ଗଲେ ମଧ୍ୟ ମିଳୁନାହିଁ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ଟିମ୍ କ୍ୟପଟେନ୍ ସନ୍ତୋଷ କୁମାର ଜେନା (Emmy) । ସେହିପରି ଏହି ଦଳର ଉପ ଅଧିନାୟକ ପୁରୀର ସୁମନ ମହାକୁଡ କହିଛନ୍ତି ଟଙ୍କା ପଇସା ତ ଦୂରର କଥା ଗୋଟେ ସାମାନ୍ୟ ଖେଳକିଟ୍ ପାଇ ପ୍ରତିଶ୍ରୁତି ଦେଇ ମଧ୍ୟ ଆମ ଜିଲ୍ଲା ନେତା ଶେଷ ମୂହୁର୍ତ୍ତରେ ଆମକୁ ଭଣ୍ଡେଇ ଛନ୍ତି। ଏସବୁ ସତ୍ତ୍ୱେ ଜଗନ୍ନାଥଙ୍କ କୃପାରୁ ଆମେ ସଫଳ ହୋଇଛୁ। ଏହାସହିତ ଦଳଗତ ଶୃଙ୍ଖଳା ପାଇଁ ବେଷ୍ଟ ଟିମ୍ ଆୱାର୍ଡ଼ ମଧ୍ୟ ହାସିଲ କରିଛୁ ବୋଲି କହିଛନ୍ତି ନିଜୟୀ ଦଳ। ସମାଜ ସବୁବେଳେ ଟ୍ରଂନସ୍ କମ୍ୟୁନିଟକୁ ଅଲଗା ନଜରରେ ଦେଖୁଥିବା ବେଳେ ସେମାନଙ୍କ ଖେଳ ପ୍ରତି ଆଗ୍ରହକୁ ପ୍ରୋତ୍ସାହନ ଯୋଗଦେଲେ ସେମାନେ ସମାଜର ମୂଳ ସ୍ରୋତ ସହିତ ସାମିଲ ହେଇ ପାରିବ ବୋଲି ଏହି ଅବସରରେ କହିଛନ୍ତି ଏହି କମ୍ୟୁନିଟି ପାଇଁ କାର୍ଯ୍ୟ କରିଆସୁଥିବା ଦ ବେଲ୍ ସାମାଜିକ ଅନୁଷ୍ଠାନ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ। ଦ ବେଲ୍ ଦ୍ଵାରା ଆୟୋଜିତ ଏହି ସମ୍ବର୍ଦ୍ଧନା ପର୍ବରେ ପୁରୀ ୟୁଥ୍ ହଷ୍ଟେଲ ମ୍ୟାନଜର ଭାସ୍କର ମହାରଣା, ସାନଭି ରିହାବ କେଆର ର ଏମ ଡି ଡ୍. ନେତାଜୀ ହରିଚନ୍ଦନ,ସୁକାନ୍ତ କୁମାର ପଣ୍ଡା, ରାଜ କିଶୋର ପାତ୍ର, ରାଜଲକ୍ଷ୍ମୀ ଦାସ, ମିନତି ନାୟକ, ଶାନ୍ତି ଲତା ପ୍ରଧାନ, ମଳୟ ଗଜେନ୍ଦ୍ର , ରଞ୍ଜିତ ନାୟକ, ଉମେଶ ଚନ୍ଦ୍ର ଦାସ, ବନିତା ଦୀକ୍ଷିତ, ବର୍ଷା ଦାସ, ଅଞ୍ଜଳି କାନୁନଗୋ ଯୋଗ ଦେଇ ବିଜୟୀ ଦଳକୁ ଶୁଭେଛା ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମକୁ ଦ ବେଲ୍ ୟୁଥ୍ ଓ ଓମେନ୍ସ କ୍ଲବ୍ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ।
