ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମବାର୍ଷିକ


ପୁରୀ : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ “ସୁଧା” ମିଳିତ ଅନୁକୁଲ୍ୟରେ ସଂସ୍କୃତି ଭବନଠାରେ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମବାର୍ଷିକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଆର୍ଟ ଗ୍ୟାଲେରୀର ମୁଖ୍ୟ ସତ୍ୟ ପାଢ଼ୀ ମୁଖ୍ୟ ଅତଥି ଭାବରେ ଯୋଗଦାନ କରିଥିଲେ । ରାଷ୍ଟ୍ରିୟ ଅଖଣ୍ଡତା ଐକ୍ୟ, ଏକତା ଏବଂ ସାର୍ବଭୌମତ୍ୱ, ନାରୀଶିକ୍ଷା, ନାରୀ ଶସତ୍ରିକରଣ ଏବଂ ଶ୍ୟାମପ୍ରସାଦଙ୍କ ଉକ୍ତି ଏକ ଦେଶ ଏକ ପ୍ରଧାନ, ଏକ ଦେଶ ଏକ ବିଧାନ ଉପରେ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଦେଶର ଏକ ସୁନାଗରିକ ଭାବରେ ଗଢି ତୋଳିବାରେ ସହାୟକ ହେବ । ଏହି ଅବସରରେ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ତ୍ୟାଗପୁତ ଜୀବନ ଏବଂ ସମାଜ ସଂସ୍କାର କାର୍ଯ୍ୟାବଳୀ ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା, ରଚନା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଉତ୍ସବକୁ “ସୁଧାର” ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ କୁମାର ମିଶ୍ର ପରିଚାଳନା କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *