ପୁରୀ ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ପୁରୀ : ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଂପାଦକ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟି, ସହ ପ୍ରଭାରୀ ଶ୍ରୀ ମୟୁର. ଏସ. ଜୟକୁମାର ଯୋଗ ଦେଇ ପୁରୀ ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ ବିଭାଗ ତଥା ପ୍ରକୋଷ୍ଠର ସାଙ୍ଗଠନିକ ସମିକ୍ଷା କରିଥିଲେ । ଏବଂ ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସରକାରୀ ବିଫଳତା କୁ ବୁଥ ସ୍ତରୀୟ କାର୍ଯ୍ୟପନ୍ଥା ନିର୍ଦ୍ଧାରିତ କରି ଜନସାଧାରଣଙ୍କୁ ଅବଗତ କରେଇବାକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।

ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ଉପସ୍ଥିତ ଥିବା ବେଳେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ସଭାପତିତ୍ବରେ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା, ବିଶ୍ବଭୂଷଣ ଦାସ, ପିସିସି ସଂପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ, ନିରୁପମା ପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ, ସରସ୍ବତୀ ପାତ୍ର, ପୂର୍ବତନ ରାଜ୍ୟ କୃଷକ ସେଲ ସଭାପତି ଅମିୟ ପଟ୍ଟନାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ, ପୂର୍ବତନ ଏଆଇସିସି ସଭ୍ୟ ସୁଜିତ ମହାପାତ୍ର, ପୁରୀ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି, ଜିଲ୍ଲା ସେବା ଦଳ ମୁଖ୍ୟ ସଙ୍ଗଠକ ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ଲଲାଟେନ୍ଦୁ ଦାସ, ସସ୍ମିତା ସ୍ବାଇଁ, ସତ୍ୟବାଦୀ ବ୍ଲକ କଂଗ୍ରେସ ସଭାପତି ସୁବାସ ମହାପାତ୍ର, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, ପୁରୀ ସହର କଂଗ୍ରେସ ସଭାପତି ବିଶ୍ବରଂଜନ ମହାପାତ୍ର, ପୁରୀ ସଦର ବ୍ଲକ କଂଗ୍ରେସ ସଭାପତି କପିଳ ପ୍ରସାଦ ଷଡଙ୍ଗୀ, ନିମାପଡ଼ା ବ୍ଲକ କଂଗ୍ରେସ ସଭାପତି କାଳନ୍ଦୀ ବାରିକ, ବିଚିତ୍ରାନନ୍ଦ ଦାଶ, ସୌମ୍ୟକାନ୍ତ ଖୁଣ୍ଟିଆ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ଡେଲାଙ୍ଗ ବ୍ଲକ୍ ସଭାପତି ନିର୍ମଳ ପରିଡ଼ା, ଆର୍ତ୍ତତ୍ରାଣ ସାହୁ, ଅମିୟ ଦାସ, ସମେତ ଶତାଧିକ ଦଳିତ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Share the News .....

Leave a Reply

Your email address will not be published. Required fields are marked *