ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କବିତାପାଠୋତ୍ସବ

ପୁରୀ : ଜ଼ିଲ୍ଲା ପ୍ରଶାସନ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ଓ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କବିତାପାଠ ଅନୁଷ୍ଠିତ ହେଇଥିଲା । ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କବିତା ପାଠକୁ ସଂଯୋଜନା କରିଥିଲେ ପ୍ରତିଭା ଦାଶ ଓ ସର୍ବାଣି ଦାସ।ଅଧିବକ୍ତା ରଚିତା ରାଉତରାୟ, ଶିକ୍ଷାବିତ୍ ବିଜୟ ପଣ୍ଡା ଆୟୋଜିତ କବିତା ପାଠ ଉତ୍ସବରେ ଆଶାଲତା ପ୍ରଧାନ, ଚିନ୍ମୟୀ ଗଜେନ୍ଦ୍ର, ଯୋଗେନ୍ଦ୍ର ସାହୁ, ଅନନ୍ତ ପ୍ରଧାନ, ଅଧ୍ୟାପକ ଭାରତୀ ଭୂଷଣ ଦାସ, ବିଚିତ୍ର ରଞ୍ଜନ ମହାପାତ୍ର, ବିଜୟ କୁମାର ପରିଡା, ଦୟାନିଧି ତ୍ରିପାଠୀ, ମହେଶ୍ୱର ଜେନା ପ୍ରମୁଖ ଦେଶାତ୍ମବୋଧ କବିତା ପାଠ କରିଥିଲେ। ପରିଶେଷରେ ବିପିନ ଦଳାଇ ଧନ୍ୟବାଦ ଦେଇଥିଲେ।

Share the News .....

Leave a Reply

Your email address will not be published. Required fields are marked *