କମଳା ନେହେରୁ ମହିଳା ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ, କମଳା ନେହରୁ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ, ଏହାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମାନଵ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟବକ୍ତା ଭାବରେ ଶ୍ରୀ ଦାଶ ବେନହୁର , ସାମନ୍ତ ଚନ୍ଦ୍ରଶେଖର, ସ୍ୱୟଂଶାସିତ ଦାସ, ସମ୍ମାନିତ ଅଥିତି ଭାବରେ, ପ୍ରଦେଶ କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇ,ସମସ୍ତେ ମିଳିତ ଭାବେ ଛାତ୍ରୀମାନଙ୍କୁ ପାଠପଢ଼ା ସହିତ, ଆତ୍ମନିର୍ଭରଶୀଳ ହେବାକୁ ଉପଦେଶ ଦେଇଥିଲେ। ବିଶେଷ କରି ମନ୍ତ୍ରୀ କଲେଜରେ, ଏନ. ସି. ସି. ପ୍ରଚରଣ କରିଵାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡଃ. ବିଭାସିନୀ ରଥ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କଲେଜର, ଅଭାବ ଅସୁବିଧା ସମ୍ପର୍କରେ ଦର୍ଶାଇଥିଲେ। ଏହି କାର୍ଯ୍ୟକ୍ରମରେ, ଡଃ ବେଦୁଲା ରାମଲକ୍ଷ୍ମୀ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ଶ୍ରୀମତୀ ଲୋପାମୁଦ୍ରା ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଡଃ ରମାକାନ୍ତ ମହାପାତ୍ର, ଡଃ ଲମ୍ବୋଧର ରାଉତଙ୍କ ସମେତ ସମସ୍ତ ଅଧ୍ୟାପିକାଗଣ ସହଯୋଗ କରିଥିଲେ। ପରିଶେଷରେ ସମସ୍ତ କୃତୀ ପ୍ରତିଯୋଗୀ ଙ୍କୁ, ଅତିଥି ଙ୍କ ଦ୍ୱାରା ସମ୍ଭର୍ଦ୍ଧିତ ହୋଇଥିଲେ. ପରେ ପରେ ଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Share the News .....

Leave a Reply

Your email address will not be published. Required fields are marked *