ଆନ୍ତର୍ଜାତୀୟ ସମବାୟ ବର୍ଷ- 2025 ସମାରୋହ ଉଦଯାପିତ

ପୁରୀ : ସମବାୟ ବିଭାଗ, ପୁରୀ ବିଭାଜନ ପକ୍ଷରୁ ଆନ୍ତର୍ଜାତୀୟ ସମବାୟ ବର୍ଷ- 2025 ସମାରୋହ ଉଦଯାପିତ ହୋଇଯାଇଛି I ଶହେବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଭାରତର ସମବାୟ ଆନ୍ଦୋଳନ ବିଶ୍ୱର ସର୍ବବୃହତ ଓ ସବୁଠାରୁ ଶକ୍ତିଶାଳୀ ସାମାଜିକ ଓ ଆର୍ଥିକ ପ୍ରୟାସ ମାଧ୍ୟମରେ ଏକ ଅନ୍ୟତମ ଆନ୍ଦୋଳନ I ସମବାୟ ଭାବଧାରାର ପ୍ରସାର, ସମବାୟ ଆନ୍ଦୋଳନ ବିଷୟରେ ସଚେତନତା ସୃଷ୍ଟି ଏହି ସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ I ବିଭିନ୍ନ ସ୍ତରରେ ସମବାୟ ଆନ୍ଦୋଳନକୁ ଦୃଢ଼ କରିବା ମଧ୍ୟ ଏ ସବୁର ଲକ୍ଷ୍ୟ I ଚଳିତ ବର୍ଷ ସମବାୟ ସପ୍ତାହ ଏବଂ ବର୍ଷତମାମ କାର୍ଯ୍ୟକ୍ରମ ପାଳନ ଅବସରରେ ଆଲୋଚ୍ୟ ପ୍ରସଙ୍ଗ ରଖାଯାଇଥିଲା ‘ଆତ୍ମନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ’ I ପୁରୀ ବିଭାଜନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ସମବାୟ ସମିତି ସମୂହ ପୁରୀ ବିଭାଜନର ଉପ ନିବନ୍ଧକ ସୁଶ୍ରୀ ସରୋଜିନୀ ଜେନା I ସମାରୋହ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚନ୍ଦ୍ର ମୋହନ ଚାନ୍ଦ, ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ର ସମ୍ପାଦକ ବନଶ୍ରୀ ମଲ୍ଲିକ, ପୁରୀ ସମୀକ୍ଷା ମଣ୍ଡଳ ର ଉପ ସହକାରୀ ମହା ସମୀକ୍ଷକ ଯୁଧିଷ୍ଠିର ଜେନା, ଅତିରିକ୍ତ ଯୋଗାଣ ଅଧିକାରୀ ରୀନା ସରିତା ,ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଉପ ସହକାରୀ ନିବନ୍ଧକ ଲକ୍ଷ୍ମୀଧର ସାହୁ, ସମବାୟ ସମିତି ସମୂହ ପୁରୀ ମଣ୍ଡଳର ସହକାରୀ ନିବନ୍ଧକ ସନାତନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ I ବର୍ତ୍ତମାନର ବଜାର ବ୍ୟବସ୍ଥା ଅର୍ଥନୀତି ରେ ସମବାୟ ଅନୁଷ୍ଠାନ କୁ ସମୃଦ୍ଧ ଓ ସଶକ୍ତ କରିବାକୁ ହେଲେ ସମବାୟ ଗୁଡ଼ିକ ମଧ୍ୟରେ ଆର୍ଥିକ ସହଭାଗିତା ଓ ସହଯୋଗିତା ଅପରିହାର୍ଯ୍ୟ I ଗ୍ରାମାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତି ପାଖରେ ସମବାୟର ସୁଫଳ ପହଞ୍ଚି ପାରିଲେ ହିଁ ସମବାୟ ଆନ୍ଦୋଳନ ସଫଳ ହେବ ବୋଲି କହିଥିଲେ I
ଏହି ଅବସରରେ ବାଙ୍ଗୁରିଗାଁ ସମବାୟ ସମିତି, କୃଷ୍ଣପ୍ରସାଦ ସେବା ସମବାୟ ସମିତି, ବିଷ୍ନୁ ପୁର ସେବା ସମବାୟ ସମିତି କୁ ଏବଂ ଶ୍ରେଷ୍ଠ ବ୍ୟାଙ୍କ ଶାଖା ଭାବେ ନିମାପଡ଼ା, ବ୍ରହ୍ମଗିରି ଓ ପିପିଲି ଶାଖା କୁ ପୁରସ୍କୃତ କରାଯାଇଥିଲା I ପୁରୀ ବିଭାଜନ ର ଉପ ସହକାରୀ ନିବନ୍ଧକ ଦିଲ୍ଲୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ I ସମାରୋହ ରେ ଏଗାରଟି ବ୍ଳକ ରୁ ସମବାୟ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ I

Share the News .....

Leave a Reply

Your email address will not be published. Required fields are marked *