ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ପୁରୀ : ପହିଲିଭୋଗ ନୀତି ତଥା ଡିସେମ୍ବର ୩୧ତାରିଖ ଠାରୁ ଜାନୁଆରୀ ୦୩ ତାରିଖ ପୌଷ ପୂର୍ଣ୍ଣିମା (ଦେବାଭିଷେକ) ପର୍ଯ୍ୟନ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଅପରାହ୍ନ ଘ.୪.୩୦ଟିକା ରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ତଥା ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଅନେକ ଗୁଡ଼ିଏ ଖସଡ଼ା ପ୍ରସ୍ତୁତ କରାଯାଇଛି। ସେଥିରେ ଦ୍ୱାରଫିଟା ନୀତି ଠାରୁ ଆରମ୍ଭ କରି ପହିଲି ଭୋଗ ଓ ସମସ୍ତ ନୀତି କାନ୍ତିକୁ ତ୍ୱରାନ୍ୱିତ କରିବାପାଇଁ ଯୋଜନାବଦ୍ଧ ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଛି ପ୍ରଥମତଃ ଏଥିରେ ନୀତି ସଂପୃକ୍ତ ସେବକ ତଥା ଅଧିକାରୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟ ପ୍ରଶାସକ। ଏହି ଦିନ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପରିମଳ ବ୍ୟବସ୍ଥା, ବଡ଼ଦାଣ୍ଡ ରେ କରାଯାଇଥିବା ବ୍ୟାରିକେଡ଼ରେ ସମ୍ପୂର୍ଣ ଆଲୋକୀକରଣ, ଶ୍ରୀମନ୍ଦିର ଭିତର ଏବଂ ବାହାର ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକୀୟ ପାନୀୟ ଜଳ ବ୍ୟବସ୍ଥା,ଭିଡ଼ ନିୟନ୍ତ୍ରଣ ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ସୁବିଧା ଦର୍ଶନ ନିମନ୍ତେ ଆରକ୍ଷୀ ବାହିନୀଙ୍କୁ ନିୟୋଜନ କରାଯିବାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଓ ତିନି ଦ୍ୱାରରେ ପ୍ରସ୍ଥାନ ସହ ସମସ୍ତଙ୍କୁ ଶୃଙ୍ଖଳା ରକ୍ଷା ସହ ମହାପ୍ରଭୁଙ୍କ ଆଶିଷ ଲାଭ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।
