ବରିଷ୍ଠ ବିଜେଡି ନେତାଙ୍କୁ ସାଂଗଠନିକ ଦାୟିତ୍ୱ, ଚିରଞ୍ଜୀବ ବିଶ୍ୱାଳ ହେଲେ ଉପସଭାପତି

ଭୁବନେଶ୍ୱର : ବିଜୁ ଜନତା ଦଳ ବୁଧବାର ଦିନ ଆଉ ୧୧ ଜଣ ବରିଷ୍ଠ ନେତାଙ୍କୁ ଦଳର ରାଜ୍ୟ ପଦାଧିକାରୀ ଭାବରେ ନିଯୁକ୍ତ କରିଛି। ଆଗାମୀ ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡା ଉପନିର୍ବାଚନକୁ ନଜରରେ ରଖି ଦଳର ଆଭ୍ୟନ୍ତରୀଣ ଓ ତୃଣମୂଳ ସ୍ତରର ନେଟୱର୍କକୁ ମଜବୁତ କରିବାପାଇଁ ଏଭଳି ପ୍ରୟାସ କରାଯାଉଛି। ବିଜୁ ଜନତା ଦଳ କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁଯାୟୀ, ଚିରଞ୍ଜିବ ବିଶ୍ୱାଳଙ୍କୁ ଉପାଧ୍ୟକ୍ଷ, ପୁଷ୍ପେନ୍ଦ୍ର ସିଂହ ଦେଓ ଏବଂ ଗଣେଶ୍ୱର ବେହେରାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ଲମ୍ବୋଦର ନିଆଲ, ଅଳକା ମହାନ୍ତି, ଇରାନୀ ରାୟ, ସୁଧୀର ଦାସ ଏବଂ ମନୋଜ ମିଶ୍ର ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇଛି। ଏହାଛଡା ରାଜେଶ ନିଗମ, ସନ୍ତୋଷ ପଟ୍ଟନାୟକ ଏବଂ ରାଜୁ ଘିବେଲାଙ୍କୁ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି।

ଅନ୍ୟପକ୍ଷରେ ଉପନିର୍ବାଚନ ପାଇଁ ଦଳର ପ୍ରଚାର ପ୍ରସାର ଲାଗି ବିଜେଡି ବରିଷ୍ଠ ନେତାମାନଙ୍କୁ ନେଇ ତିନୋଟି କମିଟି ମଧ୍ୟ ଗଠନ କରିଛି।

Share the News .....

Leave a Reply

Your email address will not be published. Required fields are marked *