269 ବୋତଲ ବିଦେଶୀ ମଦ ଏବଂ ନଗଦ ଟଙ୍କା 1,15,000/- ଜବତ

ପୁରୀ : ପୋଲିସ ଦ୍ୱାରା ଅବୈଧ ମଦ ପରିବହନ ବିରୋଧରେ ଚାଲୁଥିବା କଠୋର ଅଭିଯାନ ରେ ବସେଳିସାହି ଥାନା ପୋଲିସର ସଫଳତା । ବିଶ୍ୱସନୀୟ ସୂଚନା ଆଧାରରେ ବସେଳିସାହି ଥାନା ପୋଲିସ ମଙ୍ଗଳାହାଟ ଛକ ନିକଟରେ ପୋଲିସ୍ ଚେକିଂ କରୁଥିବା ସମୟରେ ଅବୈଧ ଭାବେ ବିଦେଶୀ ମଦ ପରିବହନ କରୁଥିବା ଜଣେ ବ୍ୟକ୍ତିଙ୍କୁ ଧରିଥିଲେ। ଧରାପଡ଼ିଥିବା ଅଭିଯୁକ୍ତ ହେଲେ କୁଶ ବାରାଳ (ବୟସ 46 ବର୍ଷ), ପିତା- ସ୍ୱର୍ଗତ ମଙ୍ଗୁଳି ବାରାଳ, ଗ୍ରାମ- କଣ୍ଠପୁର, ଥାନା- ସଦର, ଜିଲ୍ଲା- ପୁରୀ। ଅଭିଯୁକ୍ତଙ୍କ ନିକଟରୁ ମୋଟ 269 ବୋତଲ ବିଦେଶୀ ମଦ (ମୋଟ ପ୍ରାୟ 54 ଲିଟର) ଏବଂ ନଗଦ ଟଙ୍କା 1,15,000/- ଜବତ କରାଯାଇଛି। ପୋଲିସ ଏହାକୁ ଅବୈଧ ମଦ ପରିବହନ ସମ୍ପର୍କିତ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ସମ୍ପର୍କରେ ବସେଳିସାହି ଥାନାରେ ସମ୍ପର୍କିତ ଧାରା ଅନୁଯାୟୀ 42/2026 ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି। ପୁରୀ ପୋଲିସ ଅବୈଧ ମଦ ବିକ୍ରୟ ଓ ପରିବହନ ଉପରେ କଠୋର ନଜର ରଖିଛି ଏବଂ ଆଗାମୀ ଦିନରେ ଏପରି ଅଭିଯାନ ଆହୁରି ଜୋରଦାର ଭାବରେ ଜାରି ରହିବ। ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

Share the News .....

Leave a Reply

Your email address will not be published. Required fields are marked *