ଡିସେମ୍ବର ୨୪ରେ ‘ରୂପଶ୍ରୀ କଳା ମନ୍ଦିର’ର ଶ୍ରୀମନ୍ଦିର ମାହାରୀ ପରମ୍ପରା ଉତ୍ସବ

ପୁରୀ : ‘ରୂପଶ୍ରୀ କଳା ମନ୍ଦିର’ ପୁରୀର ୧୩ ତମ ଶ୍ରୀମନ୍ଦିର ମାହାରୀ ପରମ୍ପରା ଉତ୍ସବ – 2025 ଚଳିତ ମାସ ୨୪ ତାରିଖ ସନ୍ଧ୍ୟାରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା I ଗୁରୁ ରୂପଶ୍ରୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆଦିଗୁରୁ ପଦ୍ମଶ୍ରୀ ପଙ୍କଜ ଚରଣ ଦାସଙ୍କୁ ଉତ୍ସର୍ଗ କରାଯାଇଛି । କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡଃ ସମ୍ବିତ୍ ପାତ୍ର, ସଙ୍ଗୀତ ନାଟକ ଏକାଡ଼େମୀ ଓ ଓଡ଼ିଆ ସାହିତ୍ୟ ଏକାଡ଼େମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା, ଲୋକ ସେବକ ମଣ୍ଡଳର ଦୀପକ କୁମାର ମାଲବ୍ୟ, ଉପ-ଆଇନ ପରାମର୍ଶଦାତା ସିବିଆଇ ରାଜଶ୍ରୀ ମହାପାତ୍ର, ଆଇନଜୀବୀ ପୂର୍ଣଚନ୍ଦ୍ର ଦାସ ପ୍ରମୁଖ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସଂଗୀତ ଗୁରୁ ଗୌରାଙ୍ଗ ଚରଣ ଖୁଣ୍ଟିଆ , ସଂଗଠକ ଜଗବନ୍ଧୁ ଜେନା ଓ ଶିକ୍ଷାବିତ୍ ସାବିତ୍ରୀ ମହାପାତ୍ର ପ୍ରମୁଖଙ୍କୁ ‘ଶଶିମଣୀ ଦେବଦାସୀ ସମ୍ମାନ’ରେ ସମ୍ମାନିତ କରାଯିବ ବୋଲି ଗୁରୁ ରୂପଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଥମ ମାହାରୀ ନୃତ୍ୟଗୁରୁ ରୂପଶ୍ରୀ ମହାପାତ୍ର ଓ ସାଥୀ ମାନେ ମାହାରୀ ନୃତ୍ୟ ପ୍ରସ୍ତୁତ କରିବେ। ତା’ ପରେ ଆରାଧନା ନୃତ୍ୟ ଏକାଡେମୀ ଦ୍ୱାରା ପ୍ରସ୍ତୁତ ଗୋଟିପୁଅ ନୃତ୍ୟକୁ ଗୁରୁ ଚିତ୍ରସେନ, ଓଡ଼ିଶୀ ଦୈତ୍ୟ ନୃତ୍ୟକୁ କୁମାର ଭୀମସେନ ଓ ଅମ୍ରିତା ଦାସ ଏବଂ ଓଡ଼ିଶୀ ଏକକ ନୃତ୍ୟକୁ ରୋଜାଲିନ୍‌ ପଣ୍ଡା ଓ ଶେଷରେ ମେଢ ନୃତ୍ୟକୁ ଗୁରୁ ବିବେକ ମହାନ୍ତି ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି । ଏହି ଅବସରରେ କାର୍ଯ୍ୟକ୍ରମ ର Brochure ଉନ୍ମୋଚିତ ହୋଇଥିଲା I ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ମଣ୍ଡଳୀ ଦେବାଶିଷ ଦାସଗୁପ୍ତା , ଶ୍ୟାମ ପ୍ରକାଶ ସେନାପତି, ରାଜା ମହାନ୍ତି ଏବଂ ନୃତ୍ୟଶିଳ୍ପୀ ସୁଚିଶ୍ମିତା ନାୟକ ଓ ପାୟଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share the News .....

Leave a Reply

Your email address will not be published. Required fields are marked *