୧୩୬୭ ଶବଦାହ ପାଇଁ ବଦ୍ରି ମିଶ୍ରଙ୍କୁ ପୁରୀ ମହୋତ୍ସବ ସମ୍ମାନ

ପୁରୀ : ଓଡ଼ିଶା ର କେବଳ ଅଚିହ୍ନା -ଅଜଣା ଶବ ନୁହେଁ, ମହାବାତ୍ୟା,ବନ୍ୟା, ବିଶେଷକରି ଭୂକମ୍ପ ବିଧ୍ୱସ୍ତ ଗୁଜୁରାଟ ଓ ନେପାଳରେ ଗଣ ଶବଦାହ କରିବା ଶହ ୧୬୩ ଥର ରକ୍ତଦାନ,ଏକ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ ସହିତ ଶ୍ରୀଜଗନ୍ନାଥ ସଂସ୍କୃତି, ଘରେଘରେ ଭାଗବତ, ସଂଗୀତ ନାଟକକୁ ସମଗ୍ର ଓଡ଼ିଶାରେ ପରିବ୍ୟାପ୍ତ କରିଥିବା ରାଜ୍ୟ ପୁରସ୍କାର ଓ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଥିବା ଓଡିଶାର ଗୌରବ ବଦ୍ରି ମିଶ୍ରଙ୍କୁ ପୁରୀ ମହୋତ୍ସବ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ପୁରୀ ର ସ୍ୱର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ପୁରୀ ମହୋତ୍ସବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ , ପୁରୀ ମ୍ୟୁନସିପାଲିଟିର ପୌର ଅଧିକାରୀ ଅଭିମନ୍ୟୁ ବେହେରା ସମେତ ଜାଗା ଆଖଡ଼ା ପ୍ରତିନିଧିଗଣ ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।
