ବ୍ଲକ୍ ସ୍ତରୀୟ ଆଇନ ସଚତନତା କାଯ୍ୟକ୍ରମ ଶିବିର

କାକଟପୁର : ଶୁକ୍ରବାର ଦିବା 10ଟା ସମୟରେ କାକଟପୁର ବ୍ଲକରେ ଓଡ଼ିଶା ମହିଳା କମିଶନ ତରଫରୁ ତଥା ଜିଲ୍ଲା ସମାଜ ମଙ୍ଗଳ କାଯ୍ୟାଳୟ ସହଯୋଗରେ ବ୍ଲକ୍ ସ୍ତରୀୟ ଆଇନ ସଚତନତା କାଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମହିଳା କମିଶନ ସଦସ୍ୟା ଶ୍ରୀମତି ଉର୍ମିଳା ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ, କାକଟପୁର ବ୍ଲକର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ସାହୁ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ନାରାୟଣ ଦିକ୍ଷୀତି ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ଥିଲେ, ତତସହିତ ଶିଶୁ ବିକାଶ ଅଧିକାରୀ, ପିଉଷମୟୀ ପଣ୍ଡା,ଜିଲ୍ଲାର ପୋଗ୍ରମ୍ ଅଫସର, ସୁହାଗି ହେମ୍ଭ୍ରମ୍ ଉପଖଣ୍ଡ ଲୋକସଂପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଓ ଶକ୍ତି ସଦନ, ସଖୀ ସେଣ୍ଟର କର୍ମକର୍ତ୍ତା, ଜନ ପ୍ରତିନିଧି ,ଛାତ୍ରୀ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମା ଓ ଭଉଣୀ ମାନେ, କିଶୋରୀ ବାଳିକାମାନେ ଯୋଗ ଦେଇଥିଲେ, ଓଡିଶା ମହିଳା କମିଶନ ସଦସ୍ୟା ଶ୍ରୀମତି ଉର୍ମିଳା ମହାପାତ୍ର ମହୋଦୟା ନିଜ ବକ୍ତବ୍ୟରେ ନାରୀମାନେ କିପରି ଆଜିର ସମାଜରେ ସମ୍ମାନ ର ସହିତ କିପରି ସୁରକ୍ଷିତ ଭାବେ ପରିବାରରେ ରହିବା ଦରକାର , କାକଟପୁର ବ୍ଲକର ଗୋଷ୍ଟି ଉନ୍ନୟନ ଅଧିକାରୀ ତାଙ୍କ ବଂକ୍ତବ୍ୟ ରେ ପ୍ରକାଶ କରିଥଲେ ଘରେଇ ହଂସା, ଯୌତୁକ ନିର୍ଯାତନା, ବାଲ୍ୟ ବିବାହ ଏପରି ଏକ ଘୁନ୍ୟ ବ୍ୟବସ୍ତା ବନ୍ଦ କରିବା ପାଇଁ ଓଡିଶା ମହିଳା କମିଶନ ର ସାହାଯ୍ୟ ନେବା ଆବଶ୍ୟକ, ଯିଏ ସମସ୍ୟାରେ ପଡ଼ୁଛନ୍ତି ସ୍ଵର ଉତ୍ତୋଳନ ସହିତ ଅଭିଯୋଗ କରିବା ନିହାତି ଆବଶ୍ୟକ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ସନ୍ତୋଷ କୁମାର ସାହୁ ଓ ମୋହନ ସୁନ୍ଦର ଜେନା ବିଭିନ୍ନ ମହିଳା ସୁରକ୍ଷିତ ଆଇନ୍ ବିଷୟରେ ତାଲିମ ପ୍ରଦାନ କରିଥଲେ, କାର୍ଯ୍ୟକ୍ରମର ସଭା ପରିଚାଳନା କରିଥଲେ ମୁଖ୍ୟ ସୁପରଭାଇଜର ବଲ୍ୟବତୀ ମହାନ୍ତି, ଶେଷରେ ପୋଗ୍ରାମ ଅଫସର ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ଶେଷ କରିଥିଲେ ।
