କୁଶୁପୁରରେ ପିଇବା ପାଣି ସଙ୍କଟ ଗଭୀର, ବୈଜ୍ଞାନିକ ଉପାୟରେ ସମାଧାନ ପାଇଁ ଦାବି

ଗୋପ : ଗୋପ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଶୁପୁରରେ ପିଇବା ପାଣି ସମସ୍ୟା ଦିନକୁ ଦିନ ଗଭୀର ରୂପ ଧାରଣ କରୁଛି। ୨ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍ ପାଣି ଟାଙ୍କି ଥିବା ସତ୍ତ୍ୱେ ଖରାଦିନରେ ପ୍ରୟାପ୍ତ ପାଣି ଯୋଗାଣ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ପୂର୍ବରୁ ବର୍ଷା ଦିନରେ ଏହି ଟାଙ୍କି ୪ ଘଣ୍ଟା ମଧ୍ୟରେ ପୂର୍ଣ୍ଣ ହୋଇଯାଉଥିଲା, କିନ୍ତୁ ବର୍ତ୍ତମାନ ୮ ଘଣ୍ଟା ହେଲେ ମଧ୍ୟ ପୂର୍ଣ୍ଣ ହେଉନାହିଁ। ମଟର ଚାଳକ ଏହି ପରିସ୍ଥିତିରେ ନିରୁପାୟ ହୋଇପଡ଼ିଛନ୍ତି।ଅଞ୍ଚଳରେ ପ୍ରଥମ ଆକଳନ ଠାରୁ ଅଧିକ ସଂଖ୍ୟକ ଉପଭୋକ୍ତା ବୃଦ୍ଧି ପାଇଥିବା ସହିତ ପାଣି ଯୋଗାଣ ଦୂରତା ୩-୪ କି.ମି. ଠାରୁ ଅଧିକ ହୋଇଯାଇଛି। ଏହାର ପରିଣାମରେ ଜିରିକଣା ଓ ବିଶରପୁର ମୌଜା ଭଳି ଟେଲ୍-ଏଣ୍ଡ ଅଞ୍ଚଳକୁ ଶୁଦ୍ଧ ପିଇବା ପାଣି ସଠିକ୍ ଭାବରେ ପହଞ୍ଚିପାରୁନାହିଁ।ବିଶେଷ କରି ଖରାଦିନରେ ଲୋକମାନେ ମୂଳଭୂତ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ସମସ୍ୟାର ସମାଧାନ ପାଇଁ ଆର୍ଡବ୍ଲ୍ୟୁଏସଏସ ବିଭାଗଙ୍କୁ ପ୍ରାଯୋଗିକ ଓ ବୈଜ୍ଞାନିକ ଭିତ୍ତିରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ପମ୍ପ କ୍ଷମତା ବୃଦ୍ଧି, ବିତରଣ ବ୍ୟବସ୍ଥା ସୁଦୃଢ଼କରଣ ଓ ଅତିରିକ୍ତ ସୁବିଧା ଯୋଗାଣ ଭଳି ପଦକ୍ଷେପ ନିଆଯିବାକୁ ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।ଏହି ପରିପ୍ରେକ୍ଷିରେ ବିଜେପି ଦଳର ପୂର୍ବତନ ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ ସ୍ୱାଇଁ(ଲୁଲୁ) ଆର୍ଡବ୍ଲ୍ୟୁଏସଏସ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖି ତୁରନ୍ତ ତଦନ୍ତ କରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି।

Share the News .....

Leave a Reply

Your email address will not be published. Required fields are marked *