ସୁଭଦ୍ରା ଶକ୍ତି ମେଳା ଆକର୍ଷିତ କରୁଛି ପର୍ଯ୍ୟଟକଙ୍କୁ

ପୁରୀ : କୋଣାର୍କ ଚନ୍ଦ୍ରଭାଗାଠାରେ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଶକ୍ତି ମେଳା। ଏହି ମେଳା ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପୁରୀ ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କ ଉପସ୍ଥିତିରେ ମେଳାର ଉଦଘାଟନ ହୋଇଥିଲା। ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫୦ରୁ ଉର୍ଦ୍ଧ୍ୱ ସ୍ୱୟଂସହାୟକ ଗୋଷ୍ଠୀର ଷ୍ଟଲସହ ୫୦ରୁ ଉର୍ଦ୍ଧ୍ୱ ଷ୍ଟଲ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଲଗାଯାଇଛି। ଏଥିରେ ବିଭିନ୍ନ ଗୃହ ବ୍ୟବହାର ଉପଯୋଗୀ ସାମଗ୍ରୀସହ ଘରସଜା ସାମଗ୍ରୀ ଫୁଡଷ୍ଟଲର ବ୍ୟବସ୍ଥା କରାଯାଇଛି। ଦର୍ଶକ, ପର୍ଯ୍ୟଟକ ମାନେ ମନପସନ୍ଦର ସାମଗ୍ରୀ କ୍ରୟ ସହ ଖାଦ୍ୟମେଳାର ଆନନ୍ଦ ନେଉଛନ୍ତି। ସମସ୍ତ ଷ୍ଟଲରେ ମନଲାଖି ଆକର୍ଷଣୀୟ ସାମଗ୍ରୀ ରହିଛି ବୋଲି କହିଛନ୍ତି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ। କେନ୍ଦୁଝର ରୁ ଆସିଥିବା ପ୍ରଗତି ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ସୁନ୍ଦରଗଡ ର ଦିବ୍ୟ ଜ୍ୟୋତି ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ପୁରୀର ବିଶ୍ୱକର୍ମା ହ୍ୟାଣ୍ଡିକ୍ରାଫ୍ଟ , କନ୍ଧମାଳ ର ମା ହସ୍ତଶିଳ୍ପ ପ୍ରଡ୍ୟୁସର ଗୃପ ମାର୍କେଟିଂ ସଦସ୍ୟମାନେ ସେମାନଙ୍କ ଷ୍ଟଲ ପାଇଁ ବହୁତ ଖୁସି ବୋଲି କହିଛନ୍ତି। ପୁରୀ ହେଲା ମହାପ୍ରଭୁଙ୍କ ଧାମ। ରକୋଣାର୍କ ମଧ୍ୟ ବିଖ୍ୟାତ ସୂର୍ଯ୍ୟ ମନ୍ଦିର ପାଇଁ। ଦୈନିକ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ପ୍ରଥମ ଥର ଯଦିଓ ଏଠାରେ ଷ୍ଟଲ ଲଗାଯାଇଛି ଏହା ଭଲ ବ୍ୟବସାୟ ଦେବ ବୋଲି ବିଶ୍ୱାସ ରହିଛି । ଉଦଘାଟନରେ ବେଶ ଭଲ ଜନ ଗହଳି ଥିଲା । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜେ ସମସ୍ତ କାର୍ଯ୍ୟ ର ତଦାରଖ କରିବା ସହ ଷ୍ଟଲ ନେଇ ଆସିଥିବା କୌଣସି ମା ମାନଙ୍କର ଯେଭଳି ସମସ୍ୟା ନ ରୁହେ ସେଥି ପ୍ରତି ଯତ୍ନବାନ ହେବାକୁ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତ ବ୍ୟବସ୍ଥାକୁ ସୁନ୍ଦର ଭାବେ ପରିଚାଳନା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି। ଏହି ମେଳା ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସହ ଆଶାନୁରୂପ ବ୍ୟବସାୟ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସଂଧ୍ୟାରେ ଫୁଡଷ୍ଟଲ ମାନଙ୍କରେ ବେଶ ଗହଳି ଲାଗିଥିବାର ଦେଖାଯାଇଥିଲା।

Share the News .....

Leave a Reply

Your email address will not be published. Required fields are marked *