ସଶକ୍ତ ନାରୀ ସମ୍ପର୍କିତ ଶିବିର

ଭୁବନେଶ୍ୱର : “ଇନଷ୍ଟୀଚୁଟ ଫର୍ ସୋସିଆଲ ଡେଭଲପମେଣ୍ଟ ” ପକ୍ଷରୁ, ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ପରିସରରେ, “ସଶକ୍ତ ନାରୀ ଏବଂ ସଶକ୍ତ ସମାଜ ” ନାମକ, କ୍ଷମତାଵିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ, ଭୁବନେଶ୍ଵରର ବିଭିନ୍ନ ବସ୍ତିରୁ, ଅନେକ ମହିଳା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ, ମୁଖ୍ୟଅତିଥି ଭାବରେ, ବିଶିଷ୍ଟ ଆଇନଜୀବୀ ଶ୍ରୀମତୀ ମାନସୀ ପାଢ଼ୀ ଯୋଗଦେଇଥିବା ବେଳେ, ସନମାନିତ ଅତିଥି ଭାବରେ, ଯୁବ ସମାଜସେବୀ ସୋମ , କ୍ଲାପ ର ଅଧ୍ୟକ୍ଷ ଡକ୍ଟର ବିକାଶ ଦାସ ଏବଂ ମମତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ. ଏହି ଅନୁଷ୍ଠାନର ନିର୍ଦେଶିକା ଶ୍ରୀମତୀ ଶୁଭଶ୍ରୀ ଦାସ ସ୍ଵାଗତ ଭାଷଣ ରଖିଥିଵା ବେଳେ, ସଭାପତିତ୍ବ କରିଥିଲେ, ଶ୍ରୀମତୀ ନିବେଦିତା ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ, ଶ୍ରୀମତୀ ଅନିମା ମିଶ୍ର, ଏବଂ ବୀଣାପାଣି ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ, ସମସ୍ତଙ୍କୁ ସମ୍ଭର୍ଦ୍ଧିତ କରାଯାଇ, ଉତ୍ସାହିତ କରାଯାଇଥିଲା. *- *-ବାଇଟ – ପରୀ ରାଉତରାୟ, ମହିଳା ସଂଗ୍ରାମୀ.

Share the News .....

Leave a Reply

Your email address will not be published. Required fields are marked *