ଭାରତ ବନ୍ଦରେ ପୁରୀରେ ଶ୍ରମିକ ଶୋଭାଯାତ୍ରା

ପୁରୀ : ମୋଦୀ ସରକାରଙ୍କ ଶ୍ରମିକ ବିରୋଧୀ ଚାରି ଶ୍ରମ କୋଡ ପ୍ରତ୍ୟାହାର, ବିହନ ବିଲ୍ ଓ ବିଦ୍ୟୁତ ବିଲ୍2025 ବାତିଲ, ଚାଷୀ ଫସଲର MSPର ଗ୍ୟାରେଣ୍ଟି, ରାଷ୍ଟ୍ରାୟତ ଉଦ୍ୟୋଗ ଓ ବ୍ୟାଙ୍କ୍, ବୀମା, ଡାକ ତାର, ବନ୍ଦର, ରେଳ ରେ ମୋଦୀ ସରକାର ଆମ ଅଂଶ ଧନକୁ କର୍ପୋରେଟ ହାତକୁ ନ ଦେବା, ଦରଦାମ ନିୟନ୍ତ୍ରଣ, ମନରେଗା ଆଇନ ପୁନଃ ସଂସ୍ଥାପନ, ମାସିକ ମଜୁରୀ 26000ଟଙ୍କା, ସ୍କିମ୍ ୱାର୍କର ଙ୍କୁ ଶ୍ରମିକ ମାନ୍ୟତା, ଠିକା ପ୍ରଥା ଲୋପ, ବେକାରୀ ନିଯୁକ୍ତି ଆମେରିକା ସହ ବାଣିଜ୍ୟିକ ଚୁକ୍ତି ବାତିଲ ଦାବୀରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ଓ କୃଷକ ସଂଗଠନ ମାନଙ୍କ ଡାକରାକୁ ରାଜନୈତିକ ଦଳଙ୍କ ସମର୍ଥନ ଦ୍ୱାରା ଆଜି ଶ୍ରମିକମାନଙ୍କ ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିରଠାରୁ ବାହାରି ବଡ଼ ଦାଣ୍ଡ ଦେଇ କଚେରୀ ଛକରେ ରାସ୍ତାରୋକ ସହ ସମସ୍ତ ଅଫିସ ବନ୍ଦ କରାଯାଇଥିଲା। । ଏଥିରେ CITU ଜିଲ୍ଲା ସଂପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, AITUC ର ବ୍ରଜବନ୍ଧୁ ପ୍ରଧାନ, ହରିହର ସେନାପତି, ପ୍ରଦିପ୍ତ ମହାନ୍ତି, AIFTU ମୋହନ୍ ନାଇଡ଼ୁ, ସୁରେନ୍ଦ୍ର ଜେନା, ମନୋରଞ୍ଜନ ମହାରଣା, ସୁଜାତା ବିଶ୍ୱାସ, ଟୁନା ନାୟକ, ପ୍ରମୋଦ ଜେନା, କାମିନୀ ନାୟକ, ଜ୍ୟୋସ୍ନା ସୁବୁଦ୍ଧି, କୃପାସିନ୍ଧୁ ପଣ୍ଡା, ଦାଶରଥି ସାହୁ, ବିଭୂତି ରାଉତରାୟ, ଦେବ ସାହୁ, ଲୋକନାଥ ନାୟକ, ସୁନିଲ ମହାରଣା, ମନୋଜ ବାରିକ ପ୍ରମୁଖ ଯୋଗ ଦେଇ ମୋଦୀ ସରକାରର ଜନ ବିରୋଧି, ଶ୍ରମିକ ବିରୋଧି ନୀତି ପ୍ରତ୍ୟାହର ପାଇଁ ଦାବୀ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *