ପୁରୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସମାରୋହ ଅନୁଷ୍ଠିତ 

ପୁରୀ : ପୁରୀ ପୋଲିସ ଜିଲ୍ଲା କାର୍ଯ୍ୟାଳୟରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏସ୍.ପି ପୁରୀ ଶ୍ରୀ ପ୍ରତୀକ ସିଂହ, IPS ନ୍ୟାୟାଳୟରେ ସଫଳ ଅଭିଯୋଗ ପରିଚାଳନା ଓ ପୀଡିତଙ୍କ ପକ୍ଷରେ ଦୃଢ଼ ଭାବରେ ମାମଲା ପ୍ରସ୍ତୁତ କରି ଦୋଷୀଙ୍କୁ ଦଣ୍ଡିତ କରାଇବାରେ ଯେଉଁ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କୁ ସମ୍ମାନିତ କରିଥିଲେ । ଏହି ମାମଲାରେ ପାଞ୍ଚ (୫) ଜଣ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର (Additional Public Prosecutor), ଡିଏସପି ଶ୍ରୀମତୀ ତିଲୋତ୍ତମା ରାଉତଙ୍କ ସମନ୍ୱିତ ପ୍ରୟାସ ଫଳରେ ନ୍ୟାୟାଳୟରେ ଦୃଢ଼ ପ୍ରମାଣ, ଆବଶ୍ୟକ ଦଳିଲପତ୍ର ଓ ସାକ୍ଷ୍ୟ ସଠିକ୍ ଭାବରେ ଉପସ୍ଥାପନ କରାଯାଇଥିଲା । ଏହାର ଫଳସ୍ୱରୂପ ପୀଡିତଙ୍କୁ ନ୍ୟାୟ ମିଳିଥିବା ସହ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏସ୍ପି ପୁରୀ ଶ୍ରୀ ସିଂ ସମ୍ମାନିତ ଅଧିକାରୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରି ତାଙ୍କର ବୃତ୍ତିଗତ ଦକ୍ଷତା, ଦୃଢ଼ ଆଇନ ଜ୍ଞାନ ଓ ଟିମ୍‌ୱର୍କର ସ୍ୱୀକୃତି ଜଣାଇଥିଲେ । ସେ କହିଥିଲେ ଯେ, ଗୁଣତ୍ତମକ ତଦନ୍ତ, ସଠିକ୍ ଡକ୍ୟୁମେଣ୍ଟେସନ୍‌ ଓ ପ୍ରୋସିକ୍ୟୁସନ୍‌ ସହ ସମନ୍ୱୟ ହେଉଛି ଦଣ୍ଡନୀତିର ସଫଳତାର ମୂଳ ଚାବି । ପୁରୀ ପୋଲିସ ସଦା ପୀଡିତମାନଙ୍କୁ ନ୍ୟାୟ ଦେବା ଓ ଦୋଷୀଙ୍କୁ ଆଇନ ଅନୁସାରେ କଠୋର ଶାସ୍ତି ଦେବାରେ ପ୍ରତିବଦ୍ଧ । ଏହି ସଫଳତା ପୁରୀ ପୋଲିସର ପେଶାଦାରିତା, ଦୃଢ଼ ସଙ୍କଳ୍ପ ଓ ନ୍ୟାୟ ପ୍ରତି ପ୍ରତିଶ୍ରୁତିକୁ ପୁନଃ ସ୍ଥାପିତ କରିଛି । ଆଗାମୀ ଦିନରେ ମଧ୍ୟ ଏପରି ସମନ୍ୱିତ ପ୍ରୟାସ ମାଧ୍ୟମରେ ଜନସାଧାରଣଙ୍କ ବିଶ୍ୱାସକୁ ଅବିକଳ ରଖିବା ପାଇଁ ପୁରୀ ପୋଲିସ କାର୍ଯ୍ୟରତ ରହିବ ।

Share the News .....

Leave a Reply

Your email address will not be published. Required fields are marked *