ବିଏମଏସ ସଦା ରାଷ୍ଟ୍ରହିତକୁ ସର୍ବୋପରି ରଖିଆସିଛି : ଧର୍ମେନ୍ଦ୍ର ପ୍ରଧାନ

ପୁରୀ : ଭାରତୀୟ ମଜଦୁର ସଂଘ (ବିଏମଏସ) ର ତିନିଦିନିଆ ତ୍ରୈବାର୍ଷିକ ଅଧିବେଶନର ଦ୍ୱିତୀୟ ଦିନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସତ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସତ୍ରରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, “ବିଏମଏସ ସଦା ଶ୍ରମିକ ହିତ ସହିତ ରାଷ୍ଟ୍ରହିତକୁ ସର୍ବୋପରି ରଖିଆସିଛି।”ଓମ ପ୍ରକାଶ ଅଗ୍ଗୀ ସଭାଗୃହରେ ଆୟୋଜିତ ଏହି ସତ୍ରକୁ ସମ୍ବୋଧନ କରି ଶ୍ରୀ ପ୍ରଧାନ କହିଥିଲେ ଯେ ସେ ନିଜେ ମଧ୍ୟ ବିଏମଏସର ଜଣେ କାର୍ଯ୍ୟକର୍ତ୍ତା ଥିଲେ ଏବଂ ଏହି ସଂଗଠନ ଦେଶକୁ ବୈଚାରିକ ଭାବେ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ସଂଗଠିତ, ପ୍ରଶିକ୍ଷିତ ଓ ସଚେତନ ଶ୍ରମିକଶକ୍ତି ହିଁ ଭାରତର ପ୍ରଗତିର ମୂଳ ଆଧାର ବୋଲି ସେ ମତ ପ୍ରକାଶ କରିଥିଲେ।ବଦଳୁଥିବା ଶିଳ୍ପ, ପ୍ରଯୁକ୍ତିକ ଓ ଆର୍ଥିକ ପରିବେଶରେ ଶ୍ରମିକମାନଙ୍କ ସ୍କିଲ ଉନ୍ନତି, ସାମାଜିକ ସୁରକ୍ଷା ଓ ସମ୍ମାନଜନକ କାର୍ଯ୍ୟ ପରିବେଶ ଉପରେ ଜୋର ଦେଇ ସେ କହିଥିଲେ ଯେ ଆତ୍ମନିର୍ଭର ଓ ବିକଶିତ ଭାରତ ଗଢ଼ିବାରେ ଶ୍ରମିକ ଶକ୍ତିର ଭୂମିକା ଅପାର। ଶ୍ରମଶକ୍ତିର ଭାଗିଦାରିକୁ ୫୦ କୋଟିରୁ ୭୫ କୋଟିକୁ ବଢ଼ାଇବା ଓ ସ୍କିଲ-ରିସ୍କିଲ ଉପରେ ଗୁରୁତ୍ୱ ଦେବାର ଆହ୍ୱାନ ସେ ଦେଇଥିଲେ। ଏହି ସତ୍ରରେ ଆରଏସଏସ କାର୍ଯ୍ୟକାରିଣୀ ସଦସ୍ୟ ବି. ଭାଗୟ୍ୟା କହିଥିଲେ ଯେ ରାଷ୍ଟ୍ରକୁ ମା’ ଭାବରେ ଦେଖିବା ଓ ଦେଶ, ପରିବାର ଓ ସମାଜ ପ୍ରତି ଭାବନା ରଖିବା ଅତ୍ୟନ୍ତ ଆବଶ୍ୟକ। ଏହି ଅବସରରେ ବିଏମଏସର ଅଖିଳ ଭାରତୀୟ ଅଧ୍ୟକ୍ଷ ହିରଣ୍ମୟ ପାଣ୍ଡ୍ୟା ଓ ମହାମନ୍ତ୍ରୀ ରବିନ୍ଦ୍ର ହିମତେ ଉପସ୍ଥିତ ଥିଲେ।

ଏଥିସହିତ ଦ୍ୱିତୀୟ ସତ୍ରରେ ‘ଟ୍ରେଡ୍ ୟୁନିଅନ ଆନ୍ଦୋଳନରେ ମହିଳାଙ୍କ ଭାଗିଦାରି : ଚ୍ୟାଲେଞ୍ଜ ଓ ସୁଯୋଗ’ ବିଷୟରେ ମହିଳା ସତ୍ର ଆୟୋଜିତ ହୋଇଥିଲା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ମହିଳାମାନେ ଦୁଇଟି ଭାର—ଘରୋଇ ଓ ସାମାଜିକ—ବହନ କରୁଥିବା ସତ୍ତ୍ୱେ ଦେଶର ଆର୍ଥିକ ବିକାଶର ମୂଳ ଆଧାର ସ୍ଥମ୍ଭ ଭାବେ କାମ କରୁଛନ୍ତି। ମହିଳାଙ୍କ ସମାନତା,ସୁରକ୍ଷା ,ସସକ୍ତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।ମହିଳାଙ୍କ ପାଇଁ ପ୍ୟାଡ୍ ପିରିୟଡ଼ ଲିଭ୍ କରାଯାଇଛି।ସେହିପରି ମହିଳାଙ୍କ ମାନସିକ ସ୍ବାସ୍ଥ୍ୟର ବିକାଶ ପାଇଁ ପ୍ରଶିକ୍ଷଣ କରାଯିବ।ଟ୍ରେଡ୍ ୟୁନିୟନ୍ କ୍ଷେତ୍ର ସଂଗଠନର ସଭାନେତ୍ରୀ ଓ ସମ୍ପାଦିକା ମାନେ ପ୍ରଥମେ ପରସ୍ପର ମଧ୍ୟରେ ସମନ୍ଵୟ ରଖିଲେ ସେମାନଙ୍କ ସମ୍ମାନ ବୃଦ୍ଧି ସହ ଆତ୍ମସୁରକ୍ଷା ହୋଇପାରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଆଜି ଅପରାହ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରୋହତକର ବଗଲା ଧର୍ମଶାଳାରେ ଆୟୋଜିତ ଭାରତୀୟ ମଜଦୂର ସଂଘର ୨୧ ତମ ଜାତୀୟ ସମ୍ମିଳନୀରେ ଯୋଗଦେଇଥିଲେ । ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ ମହିଳା ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ଓଡ଼ିଶାରେ ସୁଭଦ୍ରା ଯୋଜନା ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରାଯାଇଛି।ଏଥି ସହ ବିଭିନ୍ନ ସ୍ଥାନରେ ସ୍ତନ୍ୟପାନ କେନ୍ଦ୍ର ଖୋଲିବା ପାଇଁ ଯୋଜନା କରାଯାଉଛି।ଓଡ଼ିଶାରେ ୧୭ ଲକ୍ଷ ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି।କେନ୍ଦ୍ର ସରକାର ନିକଟରେ ୩ ଟି ଗୁରୁତୁପୂର୍ଣ୍ଣ ଆଇନ ଆଣିଥିବା କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା।ଏହା ଦ୍ବାରା ଟ୍ରେଡ୍ ୟୁନିୟନ୍ ଆନ୍ଦୋଳନରେ ମହିଳାଙ୍କ ଅଂଶଗ୍ରହଣ ଆହୁରି ବୃଦ୍ଧି ପାଇବ।ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା ରାହଟକର କହିଥିଲେ ଯେ ମହିଳା କେବଳ ଶ୍ରମଶକ୍ତି ନୁହେଁ, ସେମାନଙ୍କ ଭିତରେ ନେତୃତ୍ୱ ଓ ନିଷ୍ପତ୍ତି ନେବାର ଶକ୍ତି ରହିଛି। ଟ୍ରେଡ୍ ୟୁନିଅନରେ ଏବେ ମହିଳାମାନେ ନେତୃତ୍ୱ ଭୂମିକା ନିଭାଉଛନ୍ତି ବୋଲି ସେ କହିଥିଲେ। ଅଧ୍ୟକ୍ଷୀୟ ଭାଷଣରେ ବିଏମଏସ ଅଖିଳ ଭାରତୀୟ ଉପାଧ୍ୟକ୍ଷା ନୀତା ଚୌବେ କହିଥିଲେ ଯେ ନାରୀଶକ୍ତି ସଶକ୍ତ ହେଲେ ମାତ୍ର ଦେଶର ସର୍ବାଙ୍ଗୀଣ ବିକାଶ ସମ୍ଭବ। ଏହି ଅବସରରେ ‘ହମ୍ ଭାରତ କି ନାରୀ ହୈଁ, ଫୁଲ୍ ଭୀ ହୈଁ, ଚିଙ୍ଗାରୀ ହୈଁ’ ଭଳି ନାରାରେ ସଭାସ୍ଥଳ ଗୁଞ୍ଜି ଉଠିଥିଲା। ଶେଷରେ ଅପରାହ୍ନରେ ପ୍ରାୟ ଦଶହଜାର ରୁ ଅଧିକ କାର୍ଯ୍ୟକର୍ତ୍ତା ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମକରିଥିଲେ | ବିଭିନ୍ନ ଅଚଂଳର ଭାଷା ଭାଷୀ ସହ ନିଜ ଅଞ୍ଚଳର ପାରମ୍ପରିକ ପୋଷାକ ପରିଧାନ କରି ଶୋଭାଯାତ୍ରାରେ ବାହାରିଥିଲେ | ଶେଷରେ ବେଳାଭୂମିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା|

Share the News .....

Leave a Reply

Your email address will not be published. Required fields are marked *