ପୁରୀ ଜିଲ୍ଲା ସ୍କୁଲ୍ “ହକି ଗ୍ରାସ୍ ରୁଟ୍ ସେଣ୍ଟର୍” ରେ ହକି ଶତବାର୍ଷିକୀ ପାଳନ 

ପୁରୀ : ପୁରୀ ଜିଲ୍ଲାସ୍କୁଲ୍ “ହକି ଗ୍ରାସ୍ ରୁଟ୍ ସେଣ୍ଟର୍” ରେ ହକି ଶତବାର୍ଷିକୀ ପାଳନ କରାଯାଇଛି । ଭାରତରେ ସର୍ବପ୍ରଥମେ ୧୯୨୫ ମସିହାରେ ହକି ଖେଳ ଆରମ୍ଭ ହୋଇଥିଲା । ଏଥି ମଧ୍ୟରେ ୧୦୦ ବର୍ଷ ଅତିକ୍ରାନ୍ତ ହୋଇସାରିଛି ।ଭାରତ ସମଗ୍ର ବିଶ୍ଵରେ ଅନେକ ଥର ଚାମ୍ପିଅନ ହେବା ସହ ଆଜି ମଧ୍ୟ ଏହି ଖେଳରେ ଦିଗବିଜୟୀ ଯୋଦ୍ଧା ରୂପେ ନିଜର ଆଧିପତ୍ୟ ଜାରି ରଖିଛି । ଏହି ଅବସରରେ ପୁରୀ ଜିଲ୍ଲାସ୍କୁଲ୍ର ହକି ଖେଳାଳୀମାନେ ବାଳକ ଓ ବାଳିକା ଉଭୟ ବିଭାଗରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଆୟୋଜନ କରି ଉକ୍ତ ଶତବାର୍ଷିକୀ ଦିବସକୁ ମହାସମାରୋହରେ ପାଳନ କରିଛନ୍ତି । ଏଥିରେ ପୁରୀ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍ ମାନେ ନିଜର ଅଧ୍ୟବସାୟ ଜାରିରଖିଲେ ନିଶ୍ଚିତ ଭାବେ ସଫଳତା ପାଇ ପାରିବେ ଓ ଦେଶ ତଥା ରାଜ୍ୟର ସମ୍ମାନ ଅକ୍ଷୁର୍ଣ୍ଣ ରଖିପାରିବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ଯୋଗ ଦେଇ କ୍ରୀଡ଼ାବିତ୍ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ କ୍ରୀଡ଼ା କ୍ଷେତ୍ରରେ ଯଥା ସମ୍ଭବ ସାହାଯ୍ୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଶ୍ରୀ ବିଦ୍ୟାଧର ମିଶ୍ର ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ନିଜ ବକ୍ତବ୍ୟ ଦ୍ବାରା ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ବଜିତ୍ ବାନାର୍ଜୀ ଏଥିରେ ଅଧ୍ୟକ୍ଷତା କରିବା ସହ ବିଦ୍ୟାଳୟ ସବୁକ୍ଷେତ୍ରରେ ଖେଳାଳୀ ମାନଙ୍କୁ ସହଯୋଗ ପ୍ରଦାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇ କ୍ରୀଡ଼ାବିତ୍ ମାନଙ୍କର ମନୋବଳ ବଢ଼ାଇଥିଲେ ।ଅତିଥି ମାନେ କ୍ରୀଡ଼ାବିତ୍ ମାନଙ୍କୁ ଚାମ୍ପିଅନ ଓ ରନର୍ସପ୍ ଟ୍ରଫି ପ୍ରଦାନ କରିବା ସହ ଉଭୟ ବାଳକ ଓ ବାଳିକା ବିଭାଗର ଖେଳାଳୀଙ୍କୁ ମ୍ଯାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ମଧ୍ୟ ପ୍ରଦାନ କରିଥିଲେ । ଏହି ମ୍ୟାଚ୍ କୋଚ୍ ଦ୍ବୟ ଶ୍ରୀ ଗୈ।ତ୍ତମ ନାୟକ ଓ ଶ୍ରୀ ରାଜୁ ଗୈ।ଡଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ସାମଗ୍ରିକ ଭାବେ ଜିଲ୍ଲା ସ୍କୁଲ୍ ର ପ୍ରାକ୍ତନ କ୍ରୀଡା ଶିକ୍ଷକ ଶ୍ରୀ ଗୋପାଳ ଚନ୍ଦ୍ର ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳନା କରାଯାଇଥିଲା ଓ ସେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *