ମୂଲ୍ୟ ଆଧାରିତ ନ୍ୟାୟ ହିଁ ଆଇନ ର ଆତ୍ମା

ପୁରୀ : ବ୍ରହ୍ମା କୁମାରି ରାଜ ଯୋଗ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ମାଉଣ୍ଟ ଆବୁ ର ଜୁରିଷ୍ଟ ପ୍ରଭାଗ ଓ ବ୍ରହ୍ମା କୁମାରିସ୍ ପୁରୀ ଆନୁକୁଲ୍ୟରେ ” ମୂଲ୍ୟ ଆଧାରିତ ନ୍ୟାୟ ହିଁ ଆଇନ ର ଆତ୍ମା ” ଶୀର୍ଷକ ରାଷ୍ଟ୍ରୀୟ ଅଭିଯାନ ର ଶୁଭାରମ୍ଭ ,
ରବିବାର ପୂର୍ବାହ୍ନ 11 ଘଟିକା ସମୟ ରେ ପୁରୀ ବଳିଆପଣ୍ଡା ସ୍ଥିତ ଈଶ୍ୱରୀୟ ରାଜ ଯୋଗ ସାଧନା କେନ୍ଦ୍ରରେ ବରିଷ୍ଠ ନ୍ୟାୟବିତ୍ ମାନଙ୍କ ଉପସ୍ଥିତି ରେ ଉଦଘାଟିତ ହୋଇ ଯାଇ ଅଛି । ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମଧ୍ୟପ୍ରଦେଶ ଇନ୍ଦୋର ହାଇ କୋର୍ଟ ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଭଗବାନ ଦାସ ରାଠି କହିଲେ ଯେ ଯଦି କାନୁନର ଚାରି କାନ୍ଥ ଭିତରେ ଆବଦ୍ଧ ରହି, ବିନା ସମ୍ବେଦନ ଶୀଳତା, ସ୍ୱାର୍ଥ ଓ ଶାସନକୁ ନିଜ ଅକ୍ତିଆରରେ ରଖିବା ପାଇଁ ନ୍ୟାୟ ପାଳିକା ତଥା ସେଥିରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି ମାନେ କାର୍ଯ୍ୟ କରନ୍ତି ତେବେ ଏହା ସମାଜ ପାଇଁ ଅନ୍ୟାୟ ହୋଇଯିବ । ଆଇନଜ୍ଞ ଓ ନ୍ୟାୟବିତ ଉଭୟ ମୂଲ୍ୟ ଭିତ୍ତିକ ଦିବ୍ୟଗୁଣ ର ଅଧିକାରୀ ହେବା ଉଚିତ୍। ତାହେଲେ ସକାରାତ୍ମକ ନ୍ୟାୟ ପ୍ରଦାନ କରିବାରେ ସଫଳ କାମୀ ହୋଇ ପାରିବେ ।
ନ୍ୟାୟପାଳିକା ମଧ୍ୟ ରେ ସ୍ୱାର୍ଥ ଭାବ, ଅହମ୍ ଭାବ ଓ ପକ୍ଷପାତ ନୀତି ପ୍ରବେଶ କଲେ ମାନବ ସମାଜର ଅବନତି ନିଶ୍ଚିତ । ସେଥିପାଇଁ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଉଚିତ ହେବ ବୋଲି ସେ ସତର୍କ କରାଇ ଦେଇଥିଲେ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡ଼ିଶା ହାଇ କୋର୍ଟ ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଡି ପି ଚୌଧୁରୀ କହିଲେ ଯେ ମୂଲ୍ୟ ଆଧାରିତ ନ୍ୟାୟ ରାମାୟଣ ଓ ମହାଭାରତ ର ବିଭିନ୍ନ ଚରିତ୍ର ରେ ଦେଖିବାକୁ ମିଳିଥାଏ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ମୂଲ୍ୟ ଭିତ୍ତିକ ନ୍ୟାୟ ପ୍ରଦାନ ପାଇଁ ନିଜର ଧର୍ମ ପତ୍ନୀ ସୀତାଙ୍କୁ ତ୍ୟାଗ କରିଥିବା ର ଦୃଷ୍ଟାନ୍ତ ଶୁଣିବାକୁ ମିଳେ । ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟର ଦର୍ଶନ, କାର୍ଯ୍ୟ ଶୈଳୀ, ସମୟୋପଯୋଗୀ ସେବାଧର୍ମୀ ଯୋଜନା , ମୂଲ୍ୟ ଭିତ୍ତିକ ନ୍ୟାୟର ବାର୍ତ୍ତା ବହନ କରେ , ଯାହାକୁ ଅନୁକରଣ କରିବା ଉଚିତ । ଏହି ସମ୍ମିଳନୀରେ ବିଶିଷ୍ଟ ସମ୍ମାନ ନୀୟ ଅତିଥି ଭାବେ ପ୍ରାକ୍କ୍ତନ ଜିଲ୍ଲା ଦୌରା ଜଜ୍ ତଥା ସଂପ୍ରତି ପୁରୀ ପରମାନେଣ୍ଟ ଲୋକ ଅଦାଲତର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା, ସମ୍ମାନନୀୟ ଅତିଥି ଭାବେ ପୁରୀ ଜିଲ୍ଲା ବାର ଆସୋସିଏସନର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ପ୍ରେମାନନ୍ଦ ମହାନ୍ତି, ଜି .ଏମ. ଲ କଲେଜ୍ LLM ବିଭାଗ ର HOD Dr Lokanath Suar, ବ୍ରହ୍ମା କୁମାରିସ ଜୁରିଷ୍ଟ ପ୍ରଭାଗ ର ରାଷ୍ଟ୍ରୀୟ ସଂଯୋଜିକା ବି କେ ଲତା ଆର୍ ଅଗ୍ରୱାଲ, ପ୍ରଭାଗ ର ଅଧ୍ୟକ୍ଷା ରାଜ ଯୋଗିନୀ ବି କେ ପୁଷ୍ପା ଜି ମୂଲ୍ୟ ଆଧାରିତ ନ୍ୟାୟ ଉପରେ ନିଜ ନିଜର ସୁଚିନ୍ତିତ ଓ ବହୁ ତଥ୍ୟ ଆଧାରିତ ହୃଦୟ ସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଈଶ୍ୱରୀୟ ରାଜ ଯୋଗ ସାଧନା କେନ୍ଦ୍ର ର ନିର୍ଦ୍ଦେଶିକା ବ୍ରହ୍ମା କୁମାରୀ ଡକ୍ଟର ନିରୁପମା ରାଜ ଯୋଗ ର ସୁଖଦ ଅନୁଭୂତି କରାଇ ଥିଲେ । ପ୍ରାରମ୍ଭ ରେ ପ୍ରଭାଗ ର ଅନ୍ୟତମ ରାଷ୍ଟ୍ରୀୟ ସଂଯୋଜକ ଡକ୍ଟର ବି କେ ନଥମଲ୍ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରାଇଥିଲେ । ଜୁରିଷ୍ଟ ୱିଙ୍ଗ ର ମୁଖ୍ୟାଳୟ ସଂଯୋଜିକା ବି କେ ଶ୍ରଦ୍ଧା ORC ର ସଂଯୋଜିକା ବି କେ ୟେଶୁ ମଞ୍ଚ ପରିଚାଳନା କରିଥିଲେ । ବି କେ ଶ୍ରଦ୍ଧା ଓ ବି କେ ରଶ୍ମିତା ପ୍ରାରମ୍ଭିକ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥିଲେ । ଏଥିରେ ସାରା ଭାରତ ରୁ ବହୁ ଆଇନଜିବୀ ଓ ନ୍ୟାୟବିତ୍ ଯୋଗ ଦାନ କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *