ଭାବ ଭକ୍ତିରେ ଶ୍ରୀଜଗନ୍ନାଥ’ ଅନୁଭୂତି ଆସର ଅନୁଷ୍ଠିତ

ପୁରୀ : ‘ଭକ୍ତି ସାହିତ୍ୟ ସଂସଦ’ ପକ୍ଷରୁ ଭାବଭକ୍ତିର କଥା ଓ ଗାଥାକୁ ଆଧାର କରି ଶ୍ରୀଜଗନ୍ନାଥଙ୍କ ଏକ ଅନୁଭବ ଆଉ ଅନୁଭୂତିକୁ ନେଇ ଏକ ମନୋଜ୍ଞ ଆସର ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମହିମା ଓ ଅନୁଭବ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ପୁରୀ ମଣ୍ଡଳ ବିକ୍ରିକର ଯୁଗ୍ମ କମିଶନର ଡକ୍ଟର ପଦ୍ମଲୋଚନ ରାଉତ ଓ ସମ୍ମାନିତ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶ, ବରିଷ୍ଠ ସେବାୟତ ଶରତ ଚନ୍ଦ୍ର ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ଗୋଛିକାର ପ୍ରମୁଖ ଯୋଗଦେଇ ଶ୍ରୀଜଗନ୍ନାଥ ହିଁ ପରମ ସତ୍ୟ ଓ ପରମ ଭାଗବତ ବୋଲି ମତବ୍ୟକ୍ତ କରିବା ସହ ଶ୍ରୀଜଗନ୍ନାଥ ଚେତନାରେ ବିବିଧ ଦେବାଦେବୀ ଯଥା ଶ୍ରୀରାମ, ଶ୍ରୀକୃଷ୍ଣ, ଶ୍ରୀନୃସିଂହ, ଶ୍ରୀ ଗଣେଶ ଓ ମହାବୀର ଉପାସନା କରାଯାଏ । ଶ୍ରୀଜଗନ୍ନାଥ ହିଁ ବିଶ୍ବର ଶ୍ରେଷ୍ଠ ନ୍ୟାୟପାଳିକା | ତାଙ୍କ ପାଖରେ କାୟ, ମନ, ବାକ୍ୟରେ ସମର୍ପିତ ହେବା ଜୀବର ପରମ ଧର୍ମ । ସେ ଭକ୍ତିଦ୍ବାରା ତାଙ୍କର ସମର୍ପିତ ଭକ୍ତ ମାନଙ୍କୁ ବିଭିନ୍ନ ଅନୁଭବ ଦ୍ବାରା ତାଙ୍କର ଉପସ୍ଥିତି ସୂଚେଇ ଦିଅନ୍ତି | ଶଙ୍କରାଚାର୍ଯ୍ୟ ଙ୍କ ଠାରୁ ଆରମ୍ଭ କରି ରାୟ ରାମନନ୍ଦ, କବୀର, ନାନକ, ତୁଳସୀ ଦାସ, ଶ୍ରୀ ଚୈତନ୍ୟ ଆଦି ସମସ୍ତେ ତାଙ୍କ ସତ୍ତା କୁ ଉପଲବ୍ଧି କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ତଥା ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସମ୍ପାଦିକା ଡକ୍ଟର କଲ୍ୟାଣୀ ଶତପଥୀ କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ । ଏଥିରେ ନିର୍ମଳା ଫତେ ସିଂ, ପଣ୍ଡିତ ବାଣୀ ଭୂଷଣ ଶାସ୍ତ୍ରୀ, ଅଭିନନ୍ଦନିକା ର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ମହେନ୍ଦ୍ର କୁମାର ଦାଶ, କଳ୍ପନା ମିଶ୍ର, ଆରତୀ ସେନ,ସର୍ବାଣି ଦାସ ଙ୍କ ସମେତ ବହୁ କବି, ସାହିତ୍ୟିକ, ସଂଗଠକ, ଗବେଷକ ଯୋଗ ଦେଇ ଅନୁଭବ ଆଉ ଅନୁଭୂତି ପ୍ରକାଶ କରିଥିଲେ | ଅନୁଭୂତି ପ୍ରକାଶ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସଭାପତି ଡକ୍ଟର ବିଶ୍ବରଞ୍ଜନ ପତି, ହୃଷିକେଶ ଶତପଥୀ,କ୍ରିଷ୍ଣା ମହାପାତ୍ର, ମନୋରମା ସାହାଣୀ, ଜ୍ୟୋତ୍ସ୍ନା ପ୍ରଧାନ, ଆଲୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ଡକ୍ଟର ପ୍ରମୋଦ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *