କୃଷକ ନେତା ପ୍ରଶାନ୍ତ ସ୍ୱାଇଁଙ୍କ ହସ୍ତକ୍ଷେପରେ ହଟିଲା ଅସୁରକ୍ଷିତ ବିଦ୍ୟୁତ ପୋଲ୍

ପୁରୀ : ପୁରୀ ସହର କୁମ୍ଭାରପଡ଼ା ୨୨ ନମ୍ବର ୱାର୍ଡରେ ବର୍ଷ ବର୍ଷଧରି ଏକ ଘର ଛାତ ଉପରେ ଅସୁରକ୍ଷିତ ଅବସ୍ଥାରେ ଝୁଲି ରହିଥିବା ବିଦ୍ୟୁତ ପୋଲ୍ ଶେଷରେ ହଟିଛି। ସ୍ଥାନୀୟ ଲୋକଙ୍କ ପାଇଁ ଯାହା ଏକ ଜୀବନ-ମୃତ୍ୟୁର ସମସ୍ୟା ହୋଇ ରହିଥିଲା, ସେହି ମାମଲାରେ ବିଜେପି କୃଷକ ମୋର୍ଚ୍ଚା ଓଡ଼ିଶାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ(ଲୁଲୁ)ଙ୍କ ହସ୍ତକ୍ଷେପ ପରେ ପ୍ରଶାସନ ଚଳଚଞ୍ଚଳ ହୋଇଛି। ଶ୍ରୀ ଜଗନ୍ନାଥ ବିଶୋଇଙ୍କ ବାସଭବନ ଉପରେ ଅତ୍ୟନ୍ତ ଅସୁରକ୍ଷିତ ଭାବେ ଝୁଲୁଥିବା ଏହି ବିଦ୍ୟୁତ ପୋଲ୍ ଯେକୌଣସି ସମୟରେ ଭୟାବହ ଦୁର୍ଘଟଣା ଘଟାଇବାର ସମ୍ଭାବନା ଥିଲା। ବର୍ଷକାଳ ଧରି ବିଦ୍ୟୁତ ବିଭାଗ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ତତ୍କାଳୀନ ସରକାର ଓ ବିଭାଗୀୟ ଅଧିକାରୀମାନେ ନିର୍ବିକାର ରହିଥିଲେ। ଲୋକଙ୍କ ଜୀବନ ସହ ଖେଳ ହେଉଥିବା ସତ୍ତ୍ୱେ ଦାୟିତ୍ୱହୀନତା ସ୍ପଷ୍ଟ ଥିଲା। ଶେଷରେ ୧୧ ଡିସେମ୍ବରରେ କୃଷକ ନେତା ପ୍ରଶାନ୍ତ ସ୍ୱାଇଁ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟାଟା ପାୱାର୍) କମ୍ପାନୀକୁ କଠୋର ଭାଷାରେ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଚିଠି ପରେ ବିଦ୍ୟୁତ ବିଭାଗ ମାତ୍ର ୨୪ ଘଣ୍ଟା ମଧ୍ୟରେ ସ୍ଥଳ ପରିଦର୍ଶନ କରି ନୂତନ ଭାବେ ବିଦ୍ୟୁତ ପୋଲ୍ ବସାଇବା ସହ ତାର ମରାମତି କରିଥିଲା।ଏହି ଦ୍ରୁତ କାର୍ଯ୍ୟାନୁଷ୍ଠାନ ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଓ ସମ୍ପତ୍ତି ଉପରେ ଥିବା ବଡ଼ ବିପଦ ଟଳିଛି। ଦୀର୍ଘଦିନର ଅବହେଳା ପରେ ସରକାରୀ ତନ୍ତ୍ର ଚଳ ଚଞ୍ଚଳ ହେବାକୁ ନେଇ ଲୋକମାନେ ଆସ୍ୱସ୍ତି ପ୍ରକାଶ କରିଛନ୍ତି।ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଯଦି ପ୍ରଶାନ୍ତ ସ୍ୱାଇଁ ଏହି ମାମଲାରେ ହସ୍ତକ୍ଷେପ କରିନଥାନ୍ତେ, ତେବେ ଆଜି ବି ଦୁର୍ଘଟଣାର ଆଶଙ୍କା ରହିଥାନ୍ତା। ଏହି ଅବସରରେ ସ୍ୱାଇଁ କହିଛନ୍ତି,“ଲୋକଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା। ବିଜେପି ସରକାର ଲୋକଙ୍କ ସମସ୍ୟାକୁ ଗମ୍ଭୀରତାର ସହ ନେଇ ଦ୍ରୁତ ସମାଧାନ କରୁଛି।”ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାର ଆସିବା ପରେ ପ୍ରଶାସନୀକ ଦାୟିତ୍ୱବୋଧ ବୃଦ୍ଧି ପାଇଥିବା ଏହି ଘଟଣା ଏକ ସ୍ପଷ୍ଟ ଉଦାହରଣ ବୋଲି ସାଧାରଣ ଲୋକ ମତ ଦେଉଛନ୍ତି। ଏହା ପୁରୀରେ “ଲୋକଙ୍କ ସରକାର” କାମ କରୁଥିବାର ଏକ ସକାରାତ୍ମକ ସନ୍ଦେଶ ଦେଇଛି।

Share the News .....

Leave a Reply

Your email address will not be published. Required fields are marked *