ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ବିଶ୍ଵ ଧ୍ୟାନ ଦିବସ ପାଳିତ

ପୁରୀ : ପୁରୀର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ରାମଚଣ୍ଡୀ ସାହି ସ୍ଥିତ ତପସ୍ୟା ହଲ୍ରେ ବିଶ୍ଵ ଧ୍ୟାନ ଦିବସ ପାଳିତ ହୋଇ ଯାଇଅଛି । ଏହି ଅବସରରେ ଈଶ୍ୱରୀୟ ସାଧନା କେନ୍ଦ୍ର ତଥା ପୁରୀ ବ୍ରହ୍ମାକୁମାରୀ ସବ୍ ଜୋନର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଡକ୍ଟର ନିରୁପମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସମାନସ୍ପଦ ଅତିଥି ରୂପେ ପୁରୀ ଭାଗବତ ଆଶ୍ରମର ଅଧ୍ୟକ୍ଷ ବାବା ବ୍ରଜବନ୍ଧୁ ଦାସ ମହାରାଜ ଏବଂ ପୁରୀ ହାତୀ ଆଖଡ଼ା ମଠ ର ମଠାଧୀଶ ମହନ୍ତ ସୁଖରାମ ଦାସ ମହାରାଜ ଯୋଗଦାନ କରି ମାନବ ଜୀବନ ରେ ଧ୍ୟାନ ର ଆବଶ୍ୟକତା ଓ ତାର ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ସମ୍ବନ୍ଧ ସମ୍ପର୍କରେ ବିଶଦ ଭାବରେ ଆଲୋକପାତ କରିଥିଲେ । ସାଧନା କେନ୍ଦ୍ର ର ନିର୍ଦ୍ଦେଶିକା, ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ମାଧ୍ୟମ ରେ ଶିକ୍ଷା ଦିଆ ଯାଉଥିବା ରାଜଯୋଗ ଧ୍ୟାନ ଓ ଆଧ୍ୟାତ୍ମିକ ଜ୍ଞାନ ର ଶିକ୍ଷା ସମ୍ବନ୍ଧ ରେ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ ରାଜଯୋଗ ହେଉଛି ମାନସିକ ସ୍ତର ରେ ଆତ୍ମା କୁ ପରମାତ୍ମା ଙ୍କ ସହିତ ସଂଯୋଗ କରିବା । ଏକାଗ୍ରଚିତ ରେ ପରମେଶ୍ବର ପରମାତ୍ମା ନିରାକାର ଙ୍କୁ ଧ୍ୟାନ କଲେ ଆତ୍ମା ସଶକ୍ତ ହେବା ସଙ୍ଗେ ସଙ୍ଗେ ଆତ୍ମା ମଧ୍ୟ ରେ ଦିବ୍ୟ ଗୁଣ ର ବିକାଶ ହୁଏ । ରାଜଯୋଗ ଧ୍ୟାନ ସମାଜ ର ସବୁ ସ୍ତର ର ବ୍ୟକ୍ତି ମାନେ ଅଭ୍ୟାସ କରି ପାରିବେ ଯାହା ଦ୍ଵାରା ତାଙ୍କ ବ୍ୟକ୍ତିତ୍ଵ ର ବିକାଶ ହେବା ସଙ୍ଗେ ସଙ୍ଗେ ଘର ଗୃହସ୍ଥ ମଧ୍ୟରେ ଚିନ୍ତାମୁକ୍ତ ଆଦର୍ଶ ଜୀବନଯାପନ କରିବା ପାଇଁ ପ୍ରେରଣା ପ୍ରାପ୍ତ କରି ପାରିବେ। ନିଜ ଦୈନଦିନ ଜୀବନ ରେ ରାଜଯୋଗ ର ସୁଖଦ ଅଭ୍ୟାସ କରିବା ପାଇଁ ସେ ସମସ୍ତ ଜନ ସାଧାରଣ ଙ୍କୁ ଆମନ୍ତ୍ରଣ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଈଶ୍ୱରୀୟ ସାଧନା କେନ୍ଦ୍ର ତଥା ବ୍ରହ୍ମାକୁମାରୀ ପୁରୀ ସବ୍ ଜୋନ ର ସହ ନିର୍ଦ୍ଦେଶିକା ରାଜଯୋଗୀନି ବ୍ରହ୍ମାକୁମାରୀ ପ୍ରତିମା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ବ୍ରହ୍ମାକୁମାର ଡକ୍ଟର ସତ୍ୟାନନ୍ଦ ମଞ୍ଚ ପରିଚାଳନା କରିଥିଲେ ।ଏହି ଅବସରରେ ସମସ୍ତ ବ୍ରହ୍ମାକୁମାର ଭାଇ ଓ ବ୍ରହ୍ମାକୁମାରୀ ଭଉଣୀ ମାନେ ବିଶ୍ଵ ଶାନ୍ତି ଉଦ୍ଦେଶ୍ୟ ରେ ସାମୁହିକ ଯୋଗାଭ୍ୟାସ କରିଥିଲେ ।
