ଦେବ ଦୀପାବଳିରେ ବିଶ୍ଵଶାନ୍ତି ଅଗ୍ନିହୋତ୍ର ମହାଯଜ୍ଞ

ପୁରୀ : ‘ଓଡ଼ିଶା ଇଣ୍ଟର୍ ନ୍ୟାସନାଲ ସେଣ୍ଟର’ ପକ୍ଷରୁ ପବିତ୍ର ଦେବ ଦୀପାବଳି ଅବସରରେ ବଡ଼ଦାଣ୍ଡ ସ୍ଥିତ ହାତୀ ଆଖଡ଼ା ମଠ ପରିସରରେ ବିଶ୍ଵଶାନ୍ତି ଅଗ୍ନିହୋତ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ମଠ ମହନ୍ତ ବାବା ସୁଖରାମ ଦାସ ଙ୍କର ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯଜ୍ଞ ରେ ମୁଖ୍ୟ କର୍ତ୍ତା କର୍ତ୍ତ୍ରୀ ଭାବେ ସତ୍ୟ ସୁନ୍ଦର ପଣ୍ଡା ଏବଂ ଡ଼େଜି ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ I ଏହି ମହତ୍ କାର୍ଯ୍ୟକ୍ରମ ରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଗୌରହରି ପ୍ରଧାନ, ରାଜକିଶୋର ପାତ୍ର, ଡକ୍ଟର ହରିହର କାନୁନଗୋ, ରବି ଶଙ୍କର ପ୍ରତିହାରୀ, ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଯଜ୍ଞ ପୂର୍ଣ୍ଣାହୁତି ଅବସରରେ ଉପସ୍ଥିତ ଥିଲେ l ଅନୁଷ୍ଠାନ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମୁରୁଜ ଚିତା ପଡ଼ି ଦୀପ ଲଗାଯାଇ ଦୀପମୟ ହୋଇଥିଲା ବଡ଼ଦାଣ୍ଡ I ଏଥି ସହିତ ସେବାୟତ ଶଙ୍ଖମିତ୍ର ସିଂହାରୀ ଙ୍କ ତତ୍ତ୍ଵାବଧାନରେ ‘ଶ୍ରୀକ୍ଷେତ୍ର ବିକାଶ ମଞ୍ଚ’ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚରେ ପାରମ୍ପରିକ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇ ଲୋକପ୍ରିୟ କଣ୍ଠଶିଳ୍ପୀ ମାନେ ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ I ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଆବାହକ ଭାବଗ୍ରାହୀ ଶାନ୍ତି, ସଂଯୋଜିକା କୁମୁଦିନୀ ପଣ୍ଡା, ଟ୍ରଷ୍ଟି ଉଦୟ କୁମାର ଶାନ୍ତି, ରମାକାନ୍ତ ମହାନ୍ତି, ଲକ୍ଷ୍ମୀନାରାୟଣ ଦାସ, ପ୍ରଫୁଲ୍ଲ କୁମାର ଖୁଣ୍ଟିଆ,ରତିକାନ୍ତ ପାଢ଼ୀ, ଡକ୍ଟର କିଶୋର ପ୍ରଧାନ, ସଂଯୁକ୍ତା ମହଲ, ରିଙ୍କି ବାରିକ, ପ୍ରଶାନ୍ତ କୁମାର ମିଶ୍ର ଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା ରେ ସହଯୋଗ କରିଥିଲେ I
