NSS ଓ ମୋ ଭାରତଙ୍କ ସହ ଆନ୍ତର୍କ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ର ସରକାରର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ସଚିବଙ୍କ ଦ୍ୱାରା NSS ଓ ମୋ ଭାରତଙ୍କ ସହ ଆନ୍ତର୍କ୍ରିୟା କାର୍ଯ୍ୟକ୍ରମ ଆଜି ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସରଠାରେ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ, ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରାଳାଳୟ, ଭାରତ ସରକାର ସୁଶ୍ରୀ ସରିତା ପଟେଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ, ନିର୍ଦ୍ଦେଶକ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରାଳାଳୟ, ଭାରତ ସରକାର ଶ୍ରୀ ରମେଶ ବର୍ମା, ସଚିବ,ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରାଳାଳୟ, ଭାରତ ସରକାର ଡକ୍ଟର ପଲ୍ଲବୀ ଜୈନ ପ୍ରମୁଖ ଯୋଗ ଦେଇ ଭାରତୀୟ ଯୁବ ଶକ୍ତିର ଭୂମିକା ରାଜ୍ୟରେ କଣ ରହିଛି ଏବଂ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିର ଭୂମିକା ସମ୍ପର୍କରେ ଚର୍ଚ୍ଚା କରିବା ସହ ନାରୀ ଶିକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ପରିଶେଷରେ ରାଜ୍ୟ ନିର୍ଦ୍ଦେଶକ, ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରାଳାଳୟ, ଭାରତ ସରକାର ଶ୍ରୀ ଶିବାଜୀ ଖରାତ ଧନ୍ୟବାଦ ଅର୍ପଣ କରିଥିଲେ, ଏହି କାର୍ଯ୍ୟକ୍ରମରେ ପରିସରର ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରାଳାଳୟ, ଭାରତ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଜିତ କୁମାର l
