ପୁରୀ ଜିଲ୍ଲାର ୪ ଜଣ ମୁଷ୍ଟିଯୋଦ୍ଧା ଜାତୀୟ କନିଷ୍ଟ ମୁଷ୍ଟିଯୁଦ୍ଧରେ ସାମିଲ

ପୁରୀ : ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ଦ୍ୱାରା ଆୟୋଜିତ ସପ୍ତମ ୧୭ ବର୍ଷରୁ କମ୍ କନିଷ୍ଟ ବାଳକ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ୨୦୨୬ ରେ ଭାଗ ନେବା ପାଇଁ ରାଜ୍ୟ ଦଳରେ ପୁରୀ ଜିଲ୍ଲାର ୪ ଜଣ ମୁଷ୍ଟିଯୋଦ୍ଧା ସ୍ଥାନିତ ହୋଇଛନ୍ତି। ଆଜି ଖେଳାଳି ମାନେ ରେଳଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ଏପ୍ରିଲ ୫ ରୁ ୧୧ ତାରିଖ ତାରିଖ ପ୍ରଯନ୍ତ ମହାରାଷ୍ଟ୍ରର ନାଗପୁର ସ୍ଥିତ ଡିଭିଜନାଲ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୁରୀରୁ ସାମିଲ ହୋଇଥିବା ଖେଳାଳି ମାନେ ହେଲେ
ଆଶିଷ କୁମାର ବେହେରା (୪୪-୪୬ କେଜି), ରୁଦ୍ଧିମାନ ଦାସ ( ୬୦-୬୩ କେଜି), ମନୋଜ କୁମାର ସାହୁ (୬୩-୬୬ କେଜି) ଓ ଲିକୁ ଖାଁ (୮୦+ କେଜି) । ଗତ ମାର୍ଚ୍ଚ ୨୫ ଓ ୨୬ ତାରିଖ ରେ ରାଉଲକେଲା ଠାରେ ରାଜ୍ୟ ଦଳ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ସେଥିରେ ଉକ୍ତ ଖେଳାଳି ମାନେ ଉଚ୍ଚତର ଖେଳ କୌଶଳ ପଦର୍ଶନ କରି ରାଜ୍ୟ ଦଳରେ ସ୍ଥାନିତ ହୋଇଛନ୍ତି। ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟ ଅଲମ୍ପିକ ସଙ୍ଘ କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ,ରାମ ଦାସ ମହାପାତ୍ର,ଅନୀଲ ଗୋଚ୍ଛିକାର, ବିନୋଦ ସିଂ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ବିଶ୍ୱଭୂଷଣ ପଣ୍ଡା, ସଞ୍ଜୟ କୁମାର ଅଗ୍ରୱାଲ, ପ୍ରଦୀପ ଦାସ, ଓ ପୁରୀ ବକ୍ସିଂ ଏକାଡେମୀର ପ୍ରତିଷ୍ଠାତା ସୁଦର୍ଶନ ସାହୁ ପ୍ରମୁଖ ଖେଳାଳିଙ୍କ ସଫଳତା କାମନା କରି ଶୁଭେଚ୍ଛା ଜଣାଇଛନ୍ତି।

Share the News .....

Leave a Reply

Your email address will not be published. Required fields are marked *