ବାଲୁକା କଳା ମାଧ୍ୟ୍ୟମରେ ଇଂରାଜୀ ନୂତନ ବର୍ଷର ଅଭିନନ୍ଦନ

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟ୍ୟମରେ ନୂତନ ବର୍ଷ କୁ ସ୍ୱାଗତ କରି ସାରା ବିଶ୍ୱ କୁ ଇଂରାଜୀ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ବାଲୁକା କଳା ରେ ବିଶ୍ୱ କୁ Happy New Year 2026 ର ଶୁଭେଚ୍ଛା ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି । ଇଂରାଜୀ ନୂତନ ବର୍ଷ ସମସ୍ତ ଙ୍କ ଜୀବନ ରେ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହେଉ । ଏବଂ ସାରା ବିଶ୍ୱ ରେ ଶାନ୍ତି ର ପ୍ରତିଷ୍ଠା ହେଉ । ପ୍ରଭୁ ଜଗନ୍ନାଥ ଙ୍କ କୃପାରେ ସମସ୍ତେ ସୁସ୍ଥ ଏବଂ ସୁଖୀ ରୁହନ୍ତୁ । ଏହି ବାଲୁକା କଳା ଟି ୧୫ ଫୁଟ ଓସାର ବିଶିଷ୍ଟ । ଏଥିରେ 7 ଟନ ବାଲି ଉପଯୋଗ କରା ଯାଇଛି । ଏହାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ।

Share the News .....

Leave a Reply

Your email address will not be published. Required fields are marked *