‘ପୂୟୋଦକମ୍’ର ପୋଷ୍ଟର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉନ୍ମୋଚନ

ପୁରୀ : ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ ପୂୟୋଦକମ୍’ର ଏପ୍ରିଲ୍ ୩ତାରିଖ ଶୁକ୍ରବାର ମୁକ୍ତିଲାଭ କରିବାକୁ ଯାଉଛି | ଏ ମଧ୍ୟରେ ସିନେମାର  ପୋଷ୍ଟର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉନ୍ମୋଚନ କରାଯାଇଛି । ଚଳଚ୍ଚିତ୍ରର ଗୀତଗୁଡ଼ିକରେ କାରୁଣ୍ୟମୟ ପାରିବାରିକ ନିର୍ଯାତନା ଓ ମା’ ସାରଳାଙ୍କ ଘଟଯାତ୍ରାର ଆଧ୍ୟାତ୍ମିକ ଦୃଶ୍ୟ ସ୍ଥାନ ପାଇଛି। ‘ପୂୟୋଦକମ୍’ ହେଉଛି ‘ଗରୁଡ ପରାଣ’ ରୁ ଉଦ୍ଧୃତ ଏକ ଶବ୍ଦ | ଏହି ଚଳଚ୍ଚିତ୍ର ସାମାଜିକ ବିଚାର ଉପରେ ଦୈବୀ ବିଚାରର ଶ୍ରେଷ୍ଠତ୍ୱକୁ ପ୍ରତିପାଦିତ କରେ । ପ୍ରତ୍ୟେକ ପାପର ଫଳ ମା’ଙ୍କ ଦ୍ୱାରରେ ମିଳିଥାଏ ବୋଲି ଏଥିରେ ବାର୍ତ୍ତା ଦିଆଯାଇଛି | ଆଜି ଏହି ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି । ଏହି ଅବସରରେ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା |ସାମାଜିକ ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଏହି ଅନନ୍ୟ କାହାଣୀକୁ ଦେଖିବା ପାଇଁ ପ୍ରଯୋଜନା ସଂସ୍ଥା ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି | ଏହି ଚଳଚ୍ଚିତ୍ରରେ ଗୁନଗୁନ୍ , ଶ୍ରୀତମ ଦାସ, ଅଭିଷେକ ଗୀରି , ଗାର୍ଗୀ ମହାନ୍ତି ଏବଂ ଶୁଭ୍ରାଂଶୁ ପ୍ରମୁଖ ଅଭିନୟ କରିଛନ୍ତି | ଗୁନଗୁନ ଏବଂ ରୀନା ଜେନା ଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଦେଇଛନ୍ତି ଶିବ ପ୍ରସାଦ ମହାନ୍ତି | ପୋଷ୍ଟର ଲୋକାର୍ପଣ କାର୍ଯ୍ୟକ୍ରମ ରେ ପ୍ରଯୋଜିକା ଦ୍ବୟଙ୍କ ସହିତ କାର୍ଯ୍ୟନିର୍ବାହୀ ପ୍ରଯୋଜକ ନିର୍ମାଲ୍ୟ କୁମାର ,ବରିଷ୍ଠ ସେବାୟତ ଗୌରୀ ଶଙ୍କର ସିଂହାରୀ,ଶଙ୍ଖମିତ୍ର ସିଂହାରୀ , ସଂଗୀତ ନିର୍ଦ୍ଦେଶକ ବିପିନ ବାରିକ, ନୃତ୍ୟଗୁରୁ ଅଶୋକ କୁମାର ଦାସ, କଣ୍ଠଶିଳ୍ପୀ ରାମକୃଷ୍ଣ ବେହେରା,ଗୁରୁ ସୁରେନ୍ଦ୍ର ନାୟକ,ଚେତନ ଭୂଇଁଆଁ, ହୃଷିକ ପଟ୍ଟନାୟକ, ଅର୍ପିତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ | ସାଂସ୍କୃତିକ ସଂଗଠକ ଶ୍ୟାମ ପ୍ରକାଶ ସେନାପତି ଏହାକୁ ପରିଚାଳନା କରିଥିଲେ |

Share the News .....

Leave a Reply

Your email address will not be published. Required fields are marked *