ସ୍ୱ-ଜନଗଣନାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏପ୍ରିଲ ୧ ତାରିଖରୁ ଜାତୀୟ ଜନଗଣନା ଆରମ୍ଭ ହୋଇଥିବା ବେଳେ ଏବେ ସ୍ଵ ଜନଗଣନା ସେଲ୍ଫ ଏନୁମରେସନ୍ ଚାଲିଛି। ଶୁକ୍ରବାର ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାରୀ ବାସଭବନରେ ସେଲ୍ଫ ଏନୁମରେସନ୍ ( Self Enumeration) କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆନୁଷ୍ଠାନିକ ଭାବରେ ତାଙ୍କର ଆତ୍ମ-ଗଣନା ସମାପ୍ତ କରିଛନ୍ତି । ସ୍ୱ ଜନଗଣନା ମାଧ୍ୟମରେ ଓଡିଶାବାସି ୧ ଏପ୍ରିଲ୍ ରୁ ୧୫ ଏପ୍ରିଲ୍, ୨୦୨୬ ମଧ୍ୟରେ, ଘରେ ଘରେ ୩୩ ପ୍ରଶ୍ନର ଉତ୍ତର ଦେଇ ସର୍ଭେ ଆରମ୍ଭ ହେବା ପୂର୍ବରୁ ଅନଲାଇନରେ ନିଜର ଆତ୍ମ ଗଣନା କରିପାରିବେ।

ସ୍ୱଗଣନା (Self Enumeration) କାର୍ଯ୍ୟକ୍ରମ ୧ ଏପ୍ରିଲରୁ ଆରମ୍ଭ ହୋଇଥିବା ବେଳେ, ଏହା ଏପ୍ରିଲ ୧୫ ପର୍ଯ୍ୟନ୍ତ ଚାଲିବ । ଚଳିତ ଜନଗଣନା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ଡିଜିଟାଲ ମାଧ୍ୟମରେ ସମ୍ପନ୍ନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଏବଂ ଆବାସ ଜନଗଣନା ୧୬ ଏପ୍ରିଲ ୨୦୨୬ ଠାରୁ ୧୫ ମେ ୨୦୨୬ ପର୍ଯ୍ୟନ୍ତ ୩୦ ଦିନ ଧରି ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ୨୦୨୭ ମସିହା ଫେବୃଆରୀ ମାସରେ କରାଯିବ । ଜନଗଣନା କାର୍ଯ୍ୟର ସଫଳ ସମ୍ପାଦନ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ବର୍ତ୍ତମାନ ବଦଳି କରାଯିବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ନଗର ନିଗମମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଜିଲ୍ଲା ଓ ନଗର ନିଗମର ମୁଖ୍ୟ ଜନଗଣନା ଅଧିକାରୀ ଜନଗଣନା କର୍ମଚାରୀଙ୍କ ପ୍ରଶିକ୍ଷଣ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରାଯିବ ।

Share the News .....

Leave a Reply

Your email address will not be published. Required fields are marked *