ପୁରୀ ଜିଲ୍ଲାରେ ଆମବସ ର ଯାଞ୍ଚ 

ପୁରୀ :  ପରିବହନ ବିଭାଗ ପକ୍ଷରୁ  ମାଳତୀପାଟପୁର ଛକଠାରେ ଆମବସ ଗୁଡିକର ଯାଞ୍ଚ କରାଯାଇଥିଲା। ଗାଡି ଗୁଡିକର କାଗଜ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫିଟନେସ ଇତ୍ୟାଦି ଠିକ ଅଛି ନା ନାହିଁ। ଡ୍ରାଇଭିଂ ସମୟରେ ଡ୍ରାଇଭର ମାଦକ ଦ୍ରବ୍ୟ ସେବନ କରିଛନ୍ତି କି ନାହିଁ ତାହାର ମଧ୍ୟ ଯାଞ୍ଚ କରାଯାଇଥିଲା। ଗାଡି ଗୁଡିକର ସମସ୍ତ କାଗଜପତ୍ର ଠିକ ଥିବା ଓ କୌଣସି ଡ୍ରାଇଭର ମାଦକ ଦ୍ରବ୍ୟ ସେବନ କରି ନ ଥିବାର ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା ସୂଚନା ଦେଇଛନ୍ତି। ଇନିସପେକ୍ଟର ଏମଭିଆଇ ବିଭୂତି ରଞ୍ଜନ ନାୟକ ଓ ଜୁନିୟର ଏମଭିଆଇ ଦମୟନ୍ତୀ ମାହାଲି ଯାଞ୍ଚରେ ସାମିଲ ଥିଲେ।

Share the News .....

Leave a Reply

Your email address will not be published. Required fields are marked *