ସେବାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୨ ରୁ ୯ ପର୍ଯ୍ୟନ୍ତ

ପୁରୀ : ଶ୍ରୀମନ୍ଦିର ଟ୍ରଫି ସେବାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୬ ଫେବୃୟାରୀ ୨ ତାରିଖ ରୁ ୯ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ।୨ ତାରିଖ ୩ ଘଟିକା ସମୟରେ ଉଦଘାଟନ ହେବାକୁ ଥିବା ବେଳେ ଉଦଯାପନୀ ୯ ତାରିଖ ସଂଧ୍ୟା ୭ ଘଟିକା ରେ ଅନୁଷ୍ଠିତ ହେବ।ଏଥିରେ ୨୨ ଗୋଟି ଟିମ ଅଂଶ ଗ୍ରହଣ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସୂଚନା ଦେଇଛନ୍ତି।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ସେବାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଖେଳ ମାଧ୍ୟମରେ ଭାଇଚାରା ଓ ପାରସ୍ପରିକ ସଦଭାବନା ପ୍ରତିଷ୍ଠା ସେବାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ମୂଳ ଲକ୍ଷ୍ୟ।ଚଳିତ ସିଜିନରେ ଅଂଶ ଗ୍ରହଣ କରୁଥିବା ୨୨ ଟି ଟିମକୁ ୮ ଟି ଗୃପରେ ରଖାଯାଇଛି।୮ ଦିନ ର ଏହି ଦିବା ରାତ୍ର ଟୁର୍ଣ୍ଣାମେଣ୍ଟ ରେ ୨୮ ଟି ମ୍ୟାଚ ଖେଳାଯିବ।ମୋଟ ୩୫୨ ଜଣ ଖେଳାଳୀ ଅଂଶ ଗ୍ରହଣ କରିବେ।ଗୃପ ଏ ରେ ସୁଆର ମହାସୁଆର ନିଯୋଗ, ହଡପ ନାୟକ ନିଯୋଗ ଓ ଦୟଣାମାଳି ସେବା ନିଯୋଗ,ଗୃପ ବି ରେ ଦର୍ପଣିଆ ନିଯୋଗ, ବଡୁସୁଆର ନିଯୋଗ, ସାବୁତ ନିଯୋଗ, ଗୃପ ସି ରେ ବିମାନ ବଡୁ ନିଯୋଗ, ପାଳିଆ ମେକାପ ନିଯୋଗ,ଚୁନରା ଗରୁଡ ନିଯୋଗ,ଗୃପ ଡି ରେ ମୁଦୁଲି ନିଯୋଗ, କୋଠଭୋଗ ପାଣିଆ ନିଯୋଗ, ପ୍ରତିହାରୀ ନିଯୋଗ, ଗୃପ ଇ ରେ ପାଟରା ବିଶୋଇ ନିଯୋଗ, ଖୁଣ୍ଟିଆ ନିଯୋଗ, ସୁଆର ବଡୁ -ପତ୍ରିବଡୁ ନିଯୋଗ,ଗୃପ ଏଫ ରେ ଦଇତାପତି ନିଯୋଗ, ଶୁଦ୍ଧ ସୁଆର ନିଯୋଗ, ପୂଜା ପଣ୍ଡା ନିଯୋଗ, ଗୃପ ଜି ରେ ବଲ୍ଲଭ ଯୋଗାଣିଆ ନିଯୋଗ, ପୁଷ୍ପାଳକ ନିଯୋଗ, ଗୃପ ଏଚ ରେ ଗରାବଡୁ ନିଯୋଗ ଓ ପୁରୀ ଘଂଟୁଆ ନିଯୋଗ ରହିଛନ୍ତି ବୋଲି କହିଥିଲେ।
ଏହି ବୈଠକରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, କେଦାର ନାଥ ଖୁଣ୍ଟିଆ, ମାଧବ ପୂଜାପଣ୍ଡା, ନାରାୟଣ ଗୋଛିକାର ପ୍ରମୁଖ ଉପସ୍ଥିତରହି ବିବିଧ ସୂଚନା ପ୍ରଦାନ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *