ନିର୍ବାଣ ମହୋତ୍ସବ ସମ୍ପନ୍ନ

ପୂରୀ : ସତ୍ କର୍ମ ସତ୍ ପଥ ସତ୍ ଆଚରଣ ମୋକ୍ଷର ମାର୍ଗର୍କୁ ବାଟ କଢାଇ ନେବା ଉପରେ ଆଜି ନିର୍ବାଣ ମହୋତ୍ସବରେ ଉପସ୍ଥିତ ବିଦ୍ବାନ ସାଧୁସନ୍ଥମାନେ ମତ ପ୍ରକାଶ କରିଛନ୍ତି। ଜୀବିତ ଅବସ୍ଥାରେ ବିଷୟ ଭାବନାକୁ ମୁକ୍ତ ହୋଇ ମୋକ୍ଷ ପ୍ରାପ୍ତି ହୁଏ, ଭଗବତ୍ ଧର୍ମ ଧାରଣାରେ ରହିମଧ୍ୟ ମୋକ୍ଷ ପ୍ରାପ୍ତି ହୁଏ ଏବଂ ସର୍ବପୋରି ଶ୍ରୀକ୍ଷେତ୍ରର ରେଣୁର ଦର୍ଶନ ଠାରୁ ଆରମ୍ଭ କରି ନୀଳଚକ୍ର , ଶ୍ରୀଜଗନ୍ନାଥ, ମହୋଦଧିର ଦର୍ଶନ ସହିତ ଏହି କ୍ଷେତ୍ରର ଜଳ ସ୍ଥଳ ଆକାଶରେ ମଧ୍ୟ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଦ୍ୱାନ୍ ମାନେ ମତ ବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀର ସର୍ବପୁରାତନ ଓଡ଼ିଆ ସଂଗଠନ ପଲ୍ଲୀବାଣୀ ମିଶନ,ପୁରୀର ମିଶନ ଓଡ଼ିଶା ସହାୟତାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀର ଶ୍ରୀ ସଦାଶିବ ପରିସରରେ ଆୟୋଜିତ ତୃତୀୟ ନିର୍ବାଣ ମହୋତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ବାତାବରଣରେ ସମ୍ପନ୍ନ ହୋଇଛି। ବକ୍ତା ଭାବରେ ଶ୍ରୀମନ୍ଦିରର କୁଳପୁରୋହିତ ସିଦ୍ଧେଶ୍ୱର ମହାପାତ୍ର, ଶ୍ରୀଜଗନ୍ନାଥ କଥାମୃତ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ବିଶିଷ୍ଟ ବୈଷ୍ଣବ ସନ୍ଥ ବାବାଜୀ ସନତାସୁଜତା ନନ୍ଦ ଦାସ ମହାରାଜ, ମହିପ୍ରକାଶ ମଠର ମହନ୍ତ ବାବାଜୀ ସୁଭାନନ୍ଦ ପୁରିଜୀ ମହାରାଜ, ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ତଥା ସାହିତ୍ୟକ କୃଷ୍ଣକେଶବ ଷଡ଼ଙ୍ଗୀ ଏବଂ ଶ୍ରୀ ସଦାଶିବ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଭାତ କୁମାର ମହାପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଉପଲକ୍ଷେ ୫ଜଣ ଜଗନ୍ନାଥ ଚେତନାର ପ୍ରଚାରକ ବିଶିଷ୍ଟ ବ୍ୟକ୍ତି ଙ୍କୁ ଶ୍ରୀକ୍ଷେତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି। ସେମାନେ ହେଲେ ରାମଚରଣ ମହାରାଜ, ମଧୁସୂଦନ ସିଂହାରୀ, ଜଗନ୍ନାଥ ପୂଜାପଣ୍ଡା, ଶ୍ରୀକାନ୍ତ ପରିଜା, ଶୁଭାନନ୍ଦ ପୁରୀ ମହାରାଜ ପ୍ରମୁଖ। ପ୍ରାରମ୍ଭରେ ପଲ୍ଲୀବାଣୀ ମିଶନର ଅଧକ୍ଷ ରାମଚନ୍ଦ୍ର ନାଥ ସ୍ବାଗତ ଅଭିଭାଷଣ ଦେଇଥିବାବେଳେ ମିଶନ ଓଡ଼ିଶାର ଉପଦେଷ୍ଠା ବଦ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମିଶନ ଓଡ଼ିଶାର ସମ୍ପାଦକ ମଧୁସୂଦନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଇପ୍ସା ପ୍ରତିବିମ୍ବିତା ଷଡଙ୍ଗୀ ଏବଂ ବିଶ୍ୱନାଥ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର କର୍ମକର୍ତ୍ତା ଭାବେ ସବ୍ୟସାଚୀ ସେନାପତି, ଲିପ୍ସା ପ୍ରିୟଦର୍ଶିନୀ, ଶିବରାମ ପ୍ରଧାନ, ଚପଳା ବସ୍ତିଆ, ସୂର୍ଯ୍ୟ ସାହୁ, ନିରଞ୍ଜନ ମହାପାତ୍ର ,କେଦାରନାଥ ମହାପାତ୍ର, ଜୟନ୍ତୀ ମହାପାତ୍ର,ଆଲୋକ ପାଢ଼ୀ, ବଳରାମ ରଣା, ଆଶୁତୋଷ ନାୟକ ଆଦି ସହଯୋଗ କରିଥିଲେ। ଏଥିରେ ଶ୍ରୀକ୍ଷେତ୍ରର ବହୁସଂଖ୍ୟକ ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ।

Share the News .....

Leave a Reply

Your email address will not be published. Required fields are marked *