ଶ୍ରୀ ଜଗନ୍ନାଥ ଶିଶୁ ବିହାରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ପୂରୀ : ସ୍ଥାନୀୟ ପୁରୁଣା ସଦରଥାନା ନିକଟ ଶ୍ରୀ ଜଗନ୍ନାଥ ଶିଶୁ ବିହାର ପରିସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ଦ୍ଵାରା ଆୟୋଜିତ ହୋଇଥିଲା । ପିଲା ମାନଙ୍କ ମଧ୍ୟରେ ସକାରାତ୍ମକ ଭାବନା ଜାଗ୍ରତ କରି ତାକୁ ନିଜ କାମରେ ଲଗାଇ ପାରିଲେ ସମାଜ ର ହିତ ହେବ। ସ୍ବାସ୍ଥ୍ୟ ହିଁ ସମ୍ପଦ।ଉତ୍ତମ ଛାତ୍ର ଦେଶର ଯଶ କୀର୍ତ୍ତି ବଢ଼ାଇବା ସହ ନିଜକୁ ଦୃଢ ନିଷ୍ପତ୍ତି ନେବାରେ ଅଗ୍ରସର ହେବ।ଅନୁଷ୍ଠାନର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତ ସାହୁ ଅତିଥି ପରିଚୟ ଓ କ୍ରୀଡ଼ା ସହ ଶିକ୍ଷାର୍ଥୀ ଙ୍କ ବିଷୟରେ କହିଥିଲେ।ଏହାପରେ ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କ୍ରୀଡା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ।
