ଜାତୀୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ପୁରୀ ବକ୍ସିଂ ଏକାଡେମୀର ୩ ପ୍ରତିଯୋଗୀ ମନୋନୀତ

ପୁରୀ : ୬୯ ତମ (୧୪ ବର୍ଷ ରୁ କମ୍) ଜାତୀୟ ବିଦ୍ୟାଳୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ମଧ୍ୟପ୍ରଦେଶ ସ୍ଥିତ ନୋଡାଲ ଖେଳ କେନ୍ଦ୍ର, ସରକାରୀ ଉତ୍କର୍ଷ ବିଦ୍ୟାଳୟ, ଗୁନା ଠାରେ ଆସନ୍ତା ୨୬ ରୁ ୩୧ ଡିସେମ୍ବର ୨୦୨୫ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଓଡିଶା ଦଳ ରେଳ ଯାତ୍ରା ଆରମ୍ଭ କରିଛନ୍ତି। ଏଥିରେ ପୁରୀ ବକ୍ସିଂ ଏକାଡେମୀର ୩ ଜଣ ଛାତ୍ର ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ପୋଲିସ ଉଚ୍ଚ ବିଦ୍ୟାଳୟ ର ସଂଗ୍ରାମ ପ୍ରଧାନ (୩୬-୩୮ କେଜି), ସେଚନ ବିହାର ୟୁପି ବିଦ୍ୟାଳୟର ସୁମିତ୍ ବେହେରା ( ୩୮-୪୦ କେଜି) ଓ ପୁରୀ ଜିଲ୍ଲା ସ୍କୁଲର ସୁକାନ୍ତ ବେହେରା ( ୪୦-୪୨ କେଜି ) ଜାତୀୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଖେଳାଳିମାନଙ୍କ ସଫଳତା କାମନା କରି ପୂର୍ବତନ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିନୋଦ ସିଂ, ଅନୀଲ ଗୋଚ୍ଛିକାର, ପ୍ରଧାନ ଶିକ୍ଷକ ଶିବରାମ ମିଶ୍ର, ବିଶ୍ୱନାଥ ବାନାର୍ଜୀ, ରାମ ନାରାୟଣ ମିଶ୍ର, କ୍ରୀଡା ଶିକ୍ଷକ ରଞ୍ଜନ ରେଡ଼ି, ପ୍ରଭାତ କୁମାର ସାହୁ, ପୁରୀ ବକ୍ସିଂ ଏକାଡେମୀ ର ପ୍ରତିଷ୍ଠାତା ସୁଦର୍ଶନ ସାହୁ ,ବିଶ୍ୱ ଭୂଷଣ ପଣ୍ଡା, ପ୍ରଦୀପ ଦାସ, ସଞ୍ଜୟ କୁମାର ଅଗ୍ରୱାଲ ଓ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Share the News .....

Leave a Reply

Your email address will not be published. Required fields are marked *