ତୀର୍ଥରାଜ ମହୋଦଧୀ ଆରତୀର ୨୦ତମ ବାର୍ଷିକ ମହୋତ୍ସବ ସମ୍ପର୍କରେ ସମନ୍ବୟ ବୈଠକ ।

ପୁରୀ : ବୁଧବାର ଅପରାହ୍ନରେ ପୁରୀର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ମହୋଦଧି ଆରତୀ ସଞ୍ଚାଳନ ସମିତି ସଦସ୍ଯ ଓ ଜିଲ୍ଲା ପ୍ରଶାସନଙ୍କ ମଧ୍ୟରେ ଏକ ସମନ୍ଵିତ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ସମୁଦ୍ର ଆରତୀ ବାର୍ଷିକ ମହୋତ୍ସବ ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।ବୈଠକରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ସମୁଦ୍ର ଭଗବାନଙ୍କ ଦିବ୍ଯ ଆରତୀ ସୁଗମ ଭାବରେ ପରିଚାଳନା କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଗୋବର୍ଦ୍ଧନ ମଠ-ପୁରୀପୀଠ ପୁରୀ ସ୍ବଗର୍ଦ୍ୱାର ଦ୍ୱାର ସମ୍ମୁଖରେ ପବିତ୍ର ମହୋଦଧି ଆରତୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତି ଏବଂ ବିଶ୍ୱାସ ସହିତ ପରିଚାଳନା କରୁଯାଉଛି। ଜିଲ୍ଲା ପ୍ରଶାସନର ସହଯୋଗରେ ଏହି କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ମଧ୍ୟ ଆୟୋଜିତ ହେଉଛି। ଏହି ପବିତ୍ର ପର୍ବର ବାର୍ଷିକ ଉତ୍ସବ ପୌଷ ପୂର୍ଣ୍ଣିମା, ଜାନୁଆରୀ ୩ ତାରିଖ ଦିନ ଅପରାହ୍ନ ୪:୩୦ ରେ ଦେଶ ଏବଂ ବିଶ୍ୱର ମଙ୍ଗଳର ଭାବନା ସହିତ ପାଳନ କରାଯିବ।ଏହି ପବିତ୍ର ପର୍ବ ପୂଜ୍ୟ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ, ପୁରୀ ରାଜା ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ପୂଜ୍ୟ ସନ୍ଥ, ମହନ୍ତ ଏବଂ ମଠର ମୁଖ୍ୟଙ୍କ ଦିବ୍ୟ ଉପସ୍ଥିତିରେ ପାଳନ କରାଯିବ। ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଭିନ୍ନ ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ସହ ଅନେକ ରାଜନେତା, ସାଂସଦ ଏବଂ ବିଧାୟକଙ୍କ ମଧ୍ଯ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ସମ୍ମତି ପ୍ରକାଶ କରିଛନ୍ତି ବୋଲି ଆୟୋଜକ ଙ୍କ ପକ୍ଷରୁ ଅବଗତ କରାଯାଇଥିଲା।ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ସ୍ବଛତା, ପାନୀୟ ଜଳ ବ୍ୟବସ୍ଥା, ଆଶୁ ଚିକିତ୍ସା ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ଲାଇଫଗାର୍ଡ ମୁତୟନ, ବ୍ୟାରିକେଡ ନିର୍ମାଣ, କାର୍ଯ୍ଯକ୍ରମର ପ୍ରଚାର ପ୍ରସାର ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗ କୁ ପରାମର୍ଶ ଦିଆଯାଇଥିଲା।ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା, କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମଚାରୀ ମହେଶ ପ୍ରକାଶ ଜୀ,ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ଯ,ପ୍ରକାଶ କୁମାର ଶତପଥୀ,ମାତୃ ପ୍ରସାଦ ମିଶ୍ର,ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ,ସୁଧାଂଶୁ ଶେଖର ମହାନ୍ତି,ଗଣେଶ୍ଵର ମହାସୁଆର, ଅରୁଣ ମହାନ୍ତି,ବିଶ୍ୱ ଶାନ୍ତି ତ୍ରିପାଠୀ ତନ୍ମୟ ଚାଟାର୍ଜୀ ପ୍ରମୁଖ ଯୋଗ ଦେଇ ବିବିଧ ପରାମର୍ଶ ଓ ପ୍ରସ୍ତାବ ମାନ ଦେଇଥିଲେ।

Share the News .....

Leave a Reply

Your email address will not be published. Required fields are marked *